ମଦନପୁର ରାମପୁର: କଳାହାଣ୍ଡିଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣ ବଢ଼ିବାରେ ଲାଗିଛି। ଏହି କ୍ରମରେ ପୁଲିସ ଚୋରା ଚାଲାଣ କରୁଥିବା ଏକ ବଡ଼ଧରଣର ରେକେଟକୁ ଧରିବାରେ ସଫଳ ହୋଇଥିବାବେଳେ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି।
ପୁଲିସର ସୂଚନା ଅନୁଯାୟୀ ଗତକାଲି ମଦନପୁର ରାମପୁର ପୁଲିସ ଆଇଆଇସି ଚିତ୍ତ ରଞ୍ଜନ ପ୍ରଧନୀଙ୍କ ନେତୃତ୍ୱରେ ବ୍ଲକର ଊର୍ଲାଦାନୀ ଅଞ୍ଚଳ ଦେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ସୁଦୂର ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ସଦଳବଳେ ଚଢ଼ାଉ କରି ଏକ ୪ ଜଣିଆ ଗ୍ୟାଙ୍ଗକୁ ଧରିଥିଲେ। ସେମାନଙ୍କ ଠାରୁ ୧୨୦ କେଜି ୫୦୦ ଗ୍ରାମ ଚୋରା ଗଞ୍ଜେଇ ଜବତ ହୋଇଥିଲା। ଏଥିରେ ସଂପୃକ୍ତ ଥିବା ଉର୍ଲାଦାନି ଗ୍ରାମର ସୁନୀଲ ନରିଆ (୨୫), କୁରୁପଦର ଗ୍ରାମର ସୁଶାନ୍ତ ପାତ୍ର (୨୮), ବିଡ଼ାବାରୁ ଗ୍ରାମର ଇସାକ ନାଏକ (୩୯) ଓ ପୁଷ୍ପେନ୍ଦ୍ର ନାଏକଙ୍କୁ ଗିରଫ କରି ଆଜି ତାଙ୍କୁ ମ,ରାମପୁର କୋର୍ଟ ଚାଲାଣ କରାଯାଇଛି।
ଆହୁରି ପଢ଼ନ୍ତୁ: EU-India Agreement: ୟୁରୋପ ସହ ଭାରତର ବଡ଼ ଡିଲ୍: ଶସ୍ତା ହେବ ଏହିସବୁ ଜିନିଷ...
କାର, ବାଇକ୍ ଜବତ
ଅଭିଯୁକ୍ତମାନଙ୍କ ଦ୍ୱାରା ବ୍ୟବହୃତ ବୋଲେରୋ (ଓଡି ୦୫ ବିୱାଇ ୬୨୩), କାର୍ (ଏମ୍ଏଚ୍ ୦୪ ଏଫ୍ ଜେଡ୍ ୧୮୮୧) ଓ ବାଇକ୍ (ଓଡି ୦୮ ଭି ୮୦୯୮)କୁ ମଧ୍ୟ ଜବତ କରାଯାଇଛି। ଏହି ରାକେଟ୍କୁ ଧରିବା ପରେ ପୁଲିସ ଆହୁରି ତଦନ୍ତ ଚାଲୁ ରଖିଛି। ଏହାର ଚେର ଆହୁରି କେତେଦୂର ଲମ୍ବା ତାହାକୁ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରନ୍ତି।
ଆହୁରି ପଢ଼ନ୍ତୁ: Dharmendra Pradhan: ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/24/m-2026-01-24-22-03-24.jpg)