ନକଲି ଭିଡିଓ ପୋଷ୍ଟ୍‍ କରି ପୁଲିସ୍‌କୁ ଉସ୍‌କାଉଥିଲେ ଯୁବକ

Advertisment
ନକଲି ଭିଡିଓ ପୋଷ୍ଟ୍‍ କରି ପୁଲିସ୍‌କୁ ଉସ୍‌କାଉଥିଲେ ଯୁବକ

କୋଲକାତା: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ପୋଷ୍ଟ୍‍ ହୋଇଥିବା ଏକ ନକଲି ଭଡିଓକୁ ଶନିବାର କୋଲକାତା ପୁଲିସ୍‌ ଚିହ୍ନଟ କରିଛି। ଭିଡିଓରେ ଉଲ୍ଲେଖ କରାଯାଇଥିଲା ଯେ ନବରାତ୍ରୀ ଅବସରରେ ଜଣେ ହିନ୍ଦୁ ପୂଜାରୀଙ୍କୁ କିିଛି ଲୋକ ପିଟୁଛନ୍ତି। ଭିଡଓଟିକୁ ଯିଏ ପୋଷ୍ଟ୍‍ କରିଥିଲେ ସେ ସେଥିରେ ଲେଖିଥିଲେ କି, ନବରାତ୍ରୀ ସମୟରେ ଏହି ପୂଜାରୀଙ୍କ ଘଣ୍ଟି ଶବ୍ଦ ପଶ୍ଚିମବଙ୍ଗରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ବିରକ୍ତ କରୁଛି। ଏହି ଭିଡିଓଟି ସତ୍ୟାସତ୍ୟ ଜାଣି କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ କୋଲକାତା ପୁଲିସ୍‌କୁ ଟ୍ୟାଗ୍‌ କରି ନିବେଦନ କରିଥିଲେ। ପୁଲିସ୍‌ ତଦନ୍ତ କରି ଜାଣିବାକୁ ପାଇଲା ଯେ ମାମଲା ସଂପୂର୍ଣ୍ଣ ଭିନ୍ନ। ଏକ ଯୁବତୀକୁ ଅସଦାଚରଣ କରିଥିବାରୁ ସ୍ଥାନୀୟ ଲୋକେ ସେହି ପୂଜାରୀକୁ ମାଡ଼ ମାରୁଥିଲେ। ମାତ୍ର ଯୁବକ ଜଣକ ଭିନ୍ନ ଏକ କ୍ୟାପ୍‌ସନ୍‌ ଦେଇ ହିଂସା ଉପୁଜେଇବାକୁ ଚେଷ୍ଟା କରିଛନ୍ତି।

ଘଟଣାର ସତ୍ୟାସତ୍ୟ ଜାଣିବା ପରେ କୋଲକାତା ପୁଲିସ୍‌ ଭିଡିଓଟିକୁ ପୋଷ୍ଟ୍‍ କରିଥିବା ଯୁବକଙ୍କୁ ଉତ୍ତର ଦେଇଛି ଯେ, ଏହା ଏକ ଭୁଲ୍‌ ପୋଷ୍ଟ୍‍। ଏକ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ବୃଦ୍ଧଙ୍କୁ ମାଡ଼ ମରାଯାଉଛି।’

ଅଭିଯୁକ୍ତ ଯୁବକଙ୍କ ବିରୋରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe