ବିଷମ କଟକ/ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡା ଜିଲ୍ଲା ବିଷମ କଟକ ସଦରମହକୁମା କୈଳାସ ଚନ୍ଦ୍ର ସାହୁଙ୍କ ହତ୍ୟାକାଣ୍ଡର ଗୁମର ଖୋଲିଛି ପୁଲିସ। ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟରେ ପୁଅ ହିଁ ବାପାର ହତ୍ୟା କରିଥିବା ଜଣାଇଛି। ସୁଧ ବ୍ୟବସାୟକୁ ନେଇ ସାନ ପୁଅ ଶ୍ୟାମ ସୁନ୍ଦର ସାହୁ ବାପା କୈଳାସ ଚନ୍ଦ୍ରଙ୍କୁ ନିର୍ମମ ହତ୍ୟା କରିଥିବା ପୁଲିସ୍ ସ୍ୱଷ୍ଟ କରିଛି।
ଏ ନେଇ ପୁଲିସ୍ ସୂଚନା ପ୍ରଦାନ କରି କହିଛି ଯେ ବାପା କୈଳାସ ପ୍ରଚୁର ପରିମାଣର ଅର୍ଥ ସୁଧ ବ୍ୟବସାୟରେ ଲଗାଇଥିବା ବେଳେ ଏ ବ୍ୟବସାୟ ବନ୍ଦ କରିବା ନେଇ ବାପା ପୁଅ ମଧ୍ୟରେ ନିୟମିତ କଳହ ଲାଗି ରହୁଥିଲା। କଳହ ଦିନକ ଦିନ ତିକ୍ତତାର ରୂପ ନେଇଥିବା ବେଳେ ଗତ ଶୁକ୍ରବାର ଦିନ ଅପରାହ୍ନ ସାଢ଼େ ୪ଟା ୩୦ରେ ପୁୁଅ ଶ୍ୟାମ ସୁନ୍ଦର ବାପାକୁ ତଳ ଘରେ ଏକଲା ପାଇ ମୃଦୁ ପାନୀୟରେ ବାଥୁରୁମ୍ ସଫା କରିବା ଏସିଡ୍ ମିଶାଇ ପିଆଇ ଦେଇଥିଲେ। ଏସିଡ ପିଇବା ପରେ ୱାସ୍ ବେସିନରେ ବାନ୍ତି କରିବା ସମୟରେ ପୁଅ ଏକ ଧାରୁଆ ପନିକିରେ ପଛ ପଟୁ ମୁଣ୍ଡରେ ଚୋଟ ପକାଇଥିଲା। ପିତା କୈଳାସ ଗୁରୁତର ହୋଇ ତଳେ ପଡିଯାଇଥିବା ବେଳ ସେହି ପନିକିରେ ନୃଶଂସ ଭାବେ ଗଳା କାଟିଦେଇଥିଲା। ଫଳରେ ପ୍ରଚୁର ରକ୍ତଶ୍ରାବ ପରେ ବାପାର ମୃତ୍ୟୁ ହୋଇଯାଇଥିଲା।
ଆହୁରି ପଢ଼ନ୍ତୁ: Annamalai Resignation: ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିଜେପି ପଦରୁ ଇସ୍ତଫା ଦେଲେ ଆନ୍ନାମଲାଇ
ବାପାକୁ ନିଜେ ହତ୍ୟା କରିଥିବା ବେଳେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ମରଶରୀରକୁ ନିଜେ ରହୁଥିବା ଉପର ମହଲା ଘରକୁ ଟେକି ନେଇଥିଲା। ସନ୍ଧ୍ୟା ୬ଟା ୩୦ରେ କ୍ଷତାକ୍ତ ଶରୀରକୁ ପୁଅ ଶ୍ୟାମସୁନ୍ଦର ଉପର ଘର ସିଡି ସମ୍ମୁଖକୁ ଆଣି ଚିତ୍କାର କରି ଲୋକଙ୍କୁ ଜଣାଇଥିଲା। ପୁଅର ପାଟି ଶୁଣି ସାହିପଡିଶା ଘରକୁ ଆସି ପିତା କୈଳାସକୁ ତୁରନ୍ତ ବିଷମ କଟକ ମେଡିକାଲକୁ ନେଇଥିଲେ। ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲା ବୋଲି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୁଚନା ଦେଇଛି। ପୁଲିସ୍ ତଦନ୍ତ କରି ଘଟଣାର ୬ ଦିନ ପରେ ସାନପୁଅ ଶ୍ୟାମ ସୁନ୍ଦର ବାପା କୈଳାସ ହତ୍ୟା କରିଥିବା ଅଭିଯୋଗରେ ଆଜି କୋର୍ଟ ଚାଲାଣ କରିଛି। ଆଗାମୀ ଦିନରେ ଏହି ହତ୍ୟାକାଣ୍ଡରେ ଅନ୍ୟମାନଙ୍କ ସଂପୃକ୍ତି ନେଇ ତଦନ୍ତ ଜାରି ରହିଥିବା ବିଷମ କଟକ ଥାନା ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଢ଼ୀ ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ: Accident: ବାଇକ୍ ଉପରେ ମାଡିଗଲା ଟ୍ରକ୍; ୨ ଯୁବକ ମୃତ, ଜଣେ ଗୁରୁତର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/04/bisamkatak-2026-02-04-20-55-59.jpg)