ବନ୍ଧୁକ ମୁନରେ ଥରେ କି ଦୁଇଥର ନୁହେଁ, ଅନେକ ଥର ପୁଲିସ ଇନ୍ସପେକ୍ଟର ମହିଳା କନେଷ୍ଟବଳଙ୍କୁ କରିଥିଲେ ଦୁଷ୍କର୍ମ

Advertisment
ବନ୍ଧୁକ ମୁନରେ ଥରେ କି ଦୁଇଥର ନୁହେଁ, ଅନେକ ଥର ପୁଲିସ ଇନ୍ସପେକ୍ଟର ମହିଳା କନେଷ୍ଟବଳଙ୍କୁ କରିଥିଲେ ଦୁଷ୍କର୍ମ

ମିରଟ: ପଶ୍ଚିମ ଉତ୍ତର ପ୍ରଦେଶର ମିରଟ ଜିଲ୍ଲାରେ ଜଣେ ପୁଲିସ ଇନ୍ସପେକ୍ଟର ନିଜର ସାଥୀ ମହିଳା କନେଷ୍ଟବଳଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ ଦୁଷ୍କର୍ମ ସମୟରେ ଭିଡିଓ କ୍ଲିପ୍‌ ବି ସେ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି।

ଯେଉଁ ପୁଲିସ ଇନ୍ସପେକ୍ଟରଙ୍କ ଉପରେ ଏହି ଅଭିଯୋଗ ଲାଗିଛି, ସେ ମୁରାଦାବାଦ ଜିଲ୍ଲାରେ କାମ କରନ୍ତି ଏବଂ ପୀଡିତା ମିରଠ ଜିଲ୍ଲାରେ । ପୁଲିସ ସୂତ୍ରରୁ ପ୍ରକାଶ, ମିରଠରେ ଚାକିରି କରୁଥିବା ମହିଳା କନେଷ୍ଟବଳ ପାଖାପାଖି ଏକ ମାସ ପୂର୍ବରୁ ଏସ୍‌ଏସ୍‌ପି ମଞ୍ଜିଲ ସେନିଙ୍କୁ ଭେଟିବା ପାଇଁ ଯାଇଥିଲେ।

publive-image

ଏସ୍‌ଏସ୍‌ପିଙ୍କୁ ଭେଟିବା ପରେ ମହିଳା କନେଷ୍ଟବଳ କହିଥିଲେ ଯେ, ୨୦୧୭ମସିହା ଦୀପାବଳି ସମୟ ପାଖାପାଖି ହେବ, ଉତ୍ତର ପ୍ରଦେଶ ପୁଲିସ ଇନ୍ସପେକ୍ଟର ଲୋକେନ୍ଦ୍ରପାଲ ସିଂହ ତାଙ୍କୁ କୌଣସି ଏକ ବାହାନା ଡାକିଥିଲେ। ଇନ୍ସପେକ୍ଟର କହିଥିବା ସ୍ଥାନରେ ଯେତେବେଳେ ମହିଳା କନେଷ୍ଟବଳ ପହଞ୍ଚିଥିଲେ, ସେ ତାଙ୍କୁ ବନ୍ଧୁକ ଭୟ ଦେଖାଇ ଗାଡ଼ିରେ ବସାଇ ମେରଠ ପୁଲିସ ଲାଇନ୍‌ସ୍ଥିତ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ମହିଳା କନେଷ୍ଟବଳଙ୍କ ଅସହାୟତାର ଫାଇଦା ଉଠାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ ପୁଲିସ ଇନ୍ସପେକ୍ଟର। ଯଦି ଏ ସମ୍ପର୍କରେ କାହାକୁ କିଛି କହନ୍ତି ତେବେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ ସେ। ଏହା ଥରେ ନୁହେଁ ଏପରି ଅନେକ ଥର ଇନ୍ସପେକ୍ଟର ବନ୍ଧୁକ ମୁନରେ ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ କରି ଚାଲିଥିଲେ। ଏବଂ ଏହି ଦୁଷ୍କର୍ମ ଘଟଣାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ। ଅନେକ ଥର ଏହି ଭିଡିଓ ଭାଇରାଲ କରିବା ଧମକ ପୁଲିସ ଇନ୍ସପେକ୍ଟର ମହିଳାଙ୍କୁ ଦେଇଥିଲେ।

publive-image

ମହିଳା କନେଷ୍ଟବଳଙ୍କ ଅଭିଯୋଗ କ୍ରମେ ଏସ୍‌ଏସ୍‌ପି ଇନ୍ସପେକ୍ଟଙ୍କ ଯାଞ୍ଚ ଆଦେଶ ଦେଇଥିଲେ। ଯାଞ୍ଚ ପରେ ମହିଳାଙ୍କ କଥା ସତ ପ୍ରମାଣିତ ହୋଇଥିଲା। ଏହାପରେ ଖୁବ୍‌ ଶୀଘ୍ର ଦୁଷ୍କର୍ମକାରୀ ଇନ୍ସପେକ୍ଟରକୁ ଗିରଫ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe