ପୁଲିସଠୁ ଲୁଟ୍ ମାମଲା : ଜେଲ୍‌ରୁ ତଥ୍ୟ ସଂଗ୍ରହ କଲା ପୁଲିସ

ୟୁନିଟ୍‌-୪ ମସଜିଦ୍‌ କଲୋନିରେ ଥିବା ଏସ୍‌ବିଆଇ ସାମ୍ନାରୁ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

Patrika

ଭୁବନେଶ୍ବର : ରାଜଧାନୀରେ ପୁଲିସଠାରୁ ଲୁଟ୍ ମାମଲାକୁ ୩୬ ଘଣ୍ଟା ବିତି ଯାଇଥିଲେ ବି ଲୁଟେରାଙ୍କ ଟେର୍ ପାଇନି ପୁଲିସ। ଖାରବେଳନଗର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ବାଡ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି। ଲୁଟ୍‌ର ଶିକାର କନଷ୍ଟେବଳ ପ୍ରଦୀପ ଗଡ଼ନାୟକ ୟୁନିଟ୍-୩ ଟ୍ରେଜେରି ବ୍ରାଞ୍ଚରୁ ୨ ଲକ୍ଷ ଟଙ୍କା ଉଠାଇଥିଲେ। ତେଣୁ ପୁଲିସ ସମ୍ପୃକ୍ତ ବ୍ୟାଙ୍କକୁ ଯାଇ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ପ୍ରଦୀପ ଟଙ୍କା ଉଠାଇବା ସମୟରେ ତାଙ୍କୁ କିଏ ପିଛା କରୁଥିଲେ କି ନାହିଁ, ସେଠାରେ କିଏ ବୁଲାବୁଲି କରୁଥିଲେ କି ଏଭଳି ଦିଗକୁ ନେଇ ପୁଲିସ ଯାଞ୍ଚ କରିଥିଲା। କିନ୍ତୁ ସେଭଳି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିପାରିନାହିଁ ପୁଲିସ। ଅନ୍ୟପକ୍ଷରେ ପୁଲିସ ଟିମ୍ ଝାରପଡ଼ା ଜେଲ୍ ଯାଇ ଯାଞ୍ଚ କରିଛି। ଏକାଧିକ ଲୁଟ୍‌ରେ ସମ୍ପୃକ୍ତ ଥିବା କେଉଁ ଲୁଟେରା ନିକଟରେ ଜେଲ୍‌ରୁ ବାହାରିଛନ୍ତି। ସେମାନଙ୍କ ବିଷୟରେ ତଦନ୍ତକାରୀ ଟିମ୍‌ ତଥ୍ୟ ସଂଗ୍ରହ କରିଛି। ଘଟଣାକୁ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି। ଅଭିଯୁକ୍ତଙ୍କ ଚେହେରା ସମ୍ପର୍କରେ କନଷ୍ଟେବଳଙ୍କୁ ପଚରାଉଚରା କରିଛି। କାଲି ପ୍ରଦୀପ ଟଙ୍କା ନେଇ ଯାଉଥିବା ବେଳେ ତାଙ୍କଠାରୁ ଲୁଟ୍ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe