ଉଲଗ୍ନ ହୋଇ ମଦ କିଣିବା ପାଇଁ ଦୋକାନରେ ପହଞ୍ଚିବା ପୁଲିସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା

Advertisment
ଉଲଗ୍ନ ହୋଇ ମଦ କିଣିବା ପାଇଁ ଦୋକାନରେ ପହଞ୍ଚିବା ପୁଲିସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ମଦ ନିଶାରେ ଉଲଗ୍ନ ହୋଇ ସୁପର ମାର୍କେଟ ଯିବା ଓ ମଦ କିଣିବା ଜଣେ ପୁଲିସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ପୁଲିସ ଅଧିକାରୀଙ୍କ ଏହି ଫଟୋ ଭାଇରାଲ ହେବା ପରେ ତାଙ୍କୁ ଚାକିରୀରୁ ବହିସ୍କୃତ କରି ଦିଆଯାଇଛି। ଏଭଳି ଏକ ଘଟଣା ଦକ୍ଷିଣ ପଶ୍ଚିମ ପୋଲ୍ୟାଣ୍ଡରେ ଘଟିଛି।

ସୂଚନାଯୋଗ୍ୟ, ମଦ ନିଶାରେ ଜଣେ ପୁଲିସ ଅଧିକାରୀ ବିନା ପୋଷାକରେ ସମ୍ପୂର୍ଣ୍ଣ ଭାବେ ଉଲଗ୍ନ ହୋଇ ମାର୍କେଟରେ କିଣାକିଣି ପାଇଁ ପହଞ୍ଚି ଯାଇଥିଲେ। ଦୋକାନୀମାନେ ଏଖବର ପୁଲିସକୁ ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ନେଇଥିଲା। ଏଭଳି କାଣ୍ଡ କରିଥିବାରୁ ଉକ୍ତ ପୁଲିସ ଅଧିକାରୀଙ୍କ  ଚାକିରି ବି ଚାଲି ଯାଇଛି।

ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ନାମ ମାସିଜ ଡବ୍ଲୁ ବୋଲି ଜଣାପଡ଼ିଛି। ଯିଏକି ଉଲଗ୍ନ ହୋଇ ଦୋକାନକୁ ଯାଇ ଚାରିଟି ପ୍ୟାକ ଧରି ବାହାକୁ ଆସୁଥିବା‌ ଦେଖିବାକୁ ମିଳିଥିଲା। ଏହି ଫଟୋକୁ ଅନଲାଇନ ସମାଚାର ପୋର୍ଟାଲ Swidnica24 ସେୟାର କରିବା ପରେ ଭାଇରାଲ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe