ନବଜାତ ବାଳିକାକୁ ଜିଅନ୍ତା ପୋତିବା ବେଳେ ଜେଜେଙ୍କ ସମେତ ତିନି ଜଣ ଅଟକ

ନବଜାତ ବାଳିକାକୁ ଜିଅନ୍ତା ପୋତିବା ବେଳେ ଜେଜେଙ୍କ ସମେତ ତିନି ଜଣ ଅଟକ

Representative Image Source: HT

ହାଇଦ୍ରାବାଦ: ଗୁରୁବାର ଦିନ ସିକନ୍ଦରାବାଦରେ ଗୋଟାଏ ଚାରି ଦିନର ଝିଅକୁ ଜିଅନ୍ତା ପୋତୁଥିବା ଅଭିଯୋଗରେ ପୁଲିସ ଦୁଇଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ପଚରା ଉଚୁରା କରୁଛି।

ଜୁବିଲି ବସ୍‌ ଷ୍ଟେସନ୍‌ ପଛରେ ଗୋଟାଏ ନିର୍ଦ୍ଧିଷ୍ଟ ସ୍ଥାନରେ ଶିଶୁକନ୍ୟାଟିକୁ ପୋତାଯାଉଥିବା ବେଳେ ସେଠାରେ ପରିସ୍ରା କରୁଥିବା ଜଣେ ଅଟୋ ଚାଳକ ତାହା ଦେଖିପାରି ପୁଲିସକୁ ଖବର କରିଥିଲେ।

ପଶ୍ଚିମ ମାରେଡପାଲ୍ଲୀ ପୁଲିସ ଇନ୍‌ସ୍‌ପେକ୍ଟର୍‌ ଏ ଶ୍ରୀନିବାସୁଲୁ କହିଛନ୍ତି: ଘଟଣାସ୍ଥଳକୁ ଆମ କନେଷ୍ଟବଳ ଏସ୍‌ ଭେଙ୍କଟ ରାମକୃଷ୍ଣ ଏବଂ ଅନ୍ୟମାନେ ଧାଇଁ ଯାଇ ଦେଖିଲେ ଜଣେ ଯୁବକ ଗାତ ଖୋଳୁଥିବା ବେଳେ ଜଣେ ମଧ୍ୟ-ବୟସ୍କ ବ୍ୟକ୍ତି ଟାେଓ୍ଵଲ୍‌ ଗୁଡ଼ା ଯାଇଥିବା ଶିଶୁଟାଏ ଧରି ତାଙ୍କ ପାଖରେ ଛିଡ଼ା ହୋଇଥିଲେ। କିଛି ଦୂରରେ ଠିଆ ହୋଇଥିଲେ ଜଣେ ବୃଦ୍ଧା।

publive-image Image Source: Indian Express

ପୁଲିସ ପଚାରିବାରୁ ସେମାନେ କହିଲେ କି, ପିଲାଟି ମରିଯାଇଥିବାରୁ ତାକୁ ପୋତୁଛନ୍ତି। କନେଷ୍ଟବଳ ନିରେଖି ଦେଖିବାରୁ ଜାଣି ପାରିଲେ ଯେ ପିଲାଟି ହଲ୍‌ଚଲ୍‌ ହେଉଛି।

ତୁରନ୍ତ ସେମାନେ ତିନି ଜଣକୁ ଧରି ହାଜତକୁ ଆଣିଲେ ଏବଂ ପିଲାଟିକୁ ଗାନ୍ଧୀ ହସ୍‌ପିଟାଲ୍‌କୁ ନେଇଗଲେ। ସେଠାରେ ତାକୁ ଇନ୍‌ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ରେ ଇନ୍‌କ୍ୟୁବେଟର୍‌ରେ ରଖାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ ମଧ୍ୟ-ବୟସ୍କ ଲୋକଟି ଝିଅର ଜେଜିମା, ବୃଦ୍ଧାଜଣକ ଅଣଜେଜିମା ଏବଂ ଗାତ ଖୋଳୁଥିବା ଯୁବକଜଣକ ତାଙ୍କ ଗ୍ରାମର ଜଣେ ଚିହ୍ନାପରିଚିତ ବ୍ୟକ୍ତି।

ଝିଅର ବାପା ରାଜୁ ଏବଂ ମାଆ ମନସା ସାଙ୍କେପାଲ୍ଲୀ ଗ୍ରାମର ବାସିନ୍ଦା ଏବଂ ଦିନ ମଜୁରିଆ। ଝିଅଟି ସେମାନଙ୍କର ପ୍ରଥମ ଶିଶୁ। ଅକ୍ଟେବାର ୨୮ ତାରିଖ ଦିନ କରିମନଗର ସହରର ଗୋଟାଏ ଡାକ୍ତରଖାନାରେ ଜନ୍ମିତ ଝିଅଟି ଏପିଲିପ୍‌ସିରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe