ଢ଼ୋଲ ଓ ମାଇକ ବଜାଇ ଦୁଷ୍କର୍ମକାରୀ ଘରେ ପହଞ୍ଚିଲା ପୁଲିସ !

ଢ଼ୋଲ ଓ ମାଇକ ବଜାଇ ଦୁଷ୍କର୍ମକାରୀ ଘରେ ପହଞ୍ଚିଲା ପୁଲିସ !

Dailynews

ନୂଆଦିଲ୍ଲୀ: ବିହାର ବୈଶାଳୀ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଷ୍କର୍ମକାରୀ ଘରେ ପୁଲିସ ଢ଼ୋଲ ଓ ମାଇକ ବଜାଇ ପହଞ୍ଚିଥିବା ଦେଖିବାକୁ ମିଳିଛି। ମାଇକ ଦ୍ବାରା ଦୁଷ୍କର୍ମକାରୀକୁ ଆତ୍ମସମର୍ପଣ କରିବାକୁ କହିଛି ପୁଲିସ।

ଏଭଳି ଘଟଣା ବୈଶାଳୀ ଜିଲ୍ଲା ମହୁଆରେ ଘଟିଛି। ଗତ ନଭେମ୍ବର ୨୦୨୦ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ତାହାର ଅଶ୍ଳୀଳ ଭିଡିଓ ତିଆରି କରିଥିଲା ଦୁଷ୍କର୍ମକାରୀ। ଆଉ ଏହି ଭିଡିଓ ଭାଇରାଲ କରି ଦେବାର ଧମକ ଦେଇ ଦୁଷ୍କର୍ମକାରୀ ପୀଡିତାର ଘର ଲୋକଙ୍କ ଠାରୁ ୧୦ହଜାର ଟଙ୍କା ଦାବି କରିଥିଲା। ଏମିତି କି ପୀଡିତା ଭାଇର ହ୍ବାଟସ ଆପରେ ବି ଦୁଷ୍କର୍ମର ଭିଡିଓ ଦୁଷ୍କର୍ମକାରୀ ପଠାଇ ଟଙ୍କା ଦାବି କରିଥିଲା। କୌଣସି ଆଡୁ ଟଙ୍କା ନମିଳିବାରୁ ଦୁଷ୍କର୍ମକାରୀ ଦୁଷ୍କର୍ମଘଟଣା ଭିଡିଓ ଭାଇରାଲ କରି ଦେଇଥିଲା, ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା।

 ढोल-नगाड़े के साथ आरोपी के घर पहुंची पुलिस, नाबालिग से रेप के बाद कर द‍िया था वीडियो वायरल

ପୀଡ଼ିତାଙ୍କ ପରିବାର ଏହି ଘଟଣା ସମ୍ପର୍କରେ ମହୁଆ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ପକ୍ସୋ ଆକ୍ଟ ଓ ଆଇଟି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଏହି ଘଟଣାରେ ସମ୍ପୃକ୍ତ ଦୁଷ୍କର୍ମକାରୀ ଫେରାର ହୋଇଯାଇଥିଲା ଏହାପରଠାରୁ କ୍ରମାଗତ ଭାବେ ପରେ ପୁଲିସ ଢ଼ୋଲ ଓ ବାଇକ ବଜାଇ ଦୁଷ୍କର୍ମକାରୀ ଘରେ ପହଞ୍ଚି ଆତ୍ମସମର୍ପଣ କରିବାକୁ କହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe