ବୃଦ୍ଧାଶ୍ରମର ଗୋଟିଏ କୋଠରୀରୁ ଜଞ୍ଜିରରେ ବନ୍ଧା ଥିବା ୭୦ରୁ ଊର୍ଧ୍ୱ ବୃଦ୍ଧବୃଦ୍ଧା ଉଦ୍ଧାର

Advertisment
ବୃଦ୍ଧାଶ୍ରମର ଗୋଟିଏ କୋଠରୀରୁ ଜଞ୍ଜିରରେ ବନ୍ଧା ଥିବା ୭୦ରୁ ଊର୍ଧ୍ୱ ବୃଦ୍ଧବୃଦ୍ଧା ଉଦ୍ଧାର

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବୃଦ୍ଧାଶ୍ରମରେ ବୃଦ୍ଧ/ବୃଦ୍ଧାଙ୍କ ସହିତ ଅମାନବୀୟ ବ୍ୟବହାର କରାଯିବା ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଛି ।

ପ୍ରକାଶିତ ଖବର ମୁତାବକ, ବୃଦ୍ଧାଶ୍ରମରେ ରହୁଥିବା ବୃଦ୍ଧ/ବୃଦ୍ଧାଙ୍କୁ ଏକ କୋଠରୀରେ ଜଞ୍ଜିରରେ ବାନ୍ଧି ରଖାଯାଇଥିଲା। ବୃଦ୍ଧ/ବୃଦ୍ଧାଙ୍କ କାନ୍ଦ ଶୁଣିବା ପରେ ପଡ଼ିଶାଘର ଲୋକ ପୁଲିସରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ହାଇଦ୍ରାବାଦ ନିକଟସ୍ଥ ନାରଗମ ଗ୍ରାମରେ ଘଟିଛି। ଏଠାରେ ଥିବା ଏକ ଆଶ୍ରମରେ ବନ୍ଦ କୋଠରୀ ଭିତରୁ ୭୩ଜଣ ବୃଦ୍ଧ/ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ ପଠାଯାଇଛି। ବନ୍ଧକ ଥିବା ବୃଦ୍ଧ/ବୃଦ୍ଧାଙ୍କ ମଧ୍ୟରୁ ଅଧିକାଂଶ ମାନସିକ ରୋଗୀ ଏବଂ ମାନସିକସ୍ତରରେ ଅସନ୍ତୁଳିତ ଥିବା ଜଣାପଡ଼ିଛି।  ଏହି ସମସ୍ତଙ୍କୁ ଜଞ୍ଜିରରେ ବନ୍ଧା ଯାଇ ରଖା ଯାଇଥିଲା।

ଏହି ବୃଦ୍ଧାଶ୍ରମ ପାଖରେ ରହୁଥିବା ଲୋକମାନେ ବୃଦ୍ଧାଶ୍ରମ ଭିତରୁ ବୃଦ୍ଧ/ବୃଦ୍ଧାଙ୍କ ବ୍ୟାକୁଳ  ଚିତ୍କାର ଶୁଣିବା ପରେ ପୁଲିସକୁ ଖବର ଦେଇଥିଲେ। ଏହାକୁ କେନ୍ଦ୍ର କରି ପୁଲିସ ବୃଦ୍ଧାଶ୍ରମ ବିରୋଧରେ ମେଣ୍ଟେନାନ୍ସ ଆଣ୍ଡ ଓ୍ଵାଲଫେୟାର ଅଫ ପ୍ୟାରେଣ୍ଟସ୍ ଆଣ୍ଡ ସିନିଅର୍ ସିସିଜେନ୍ ଆକ୍ଟ, ୨୦୦୭ ଆଧାରରେ ମାମଲା ରୁଜୁ କରିଥିବା ବେଳେ ଆଶ୍ରମ ପରିଚାଳକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରି ଘଟଣାର ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe