ନନ୍‌ଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି; ପିଲା ବିକ୍ରି କରି ମୁହଁରେ ମାନିଲେ

Advertisment
ନନ୍‌ଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି; ପିଲା ବିକ୍ରି କରି ମୁହଁରେ ମାନିଲେ

ରାଞ୍ଚି: ଝାରଖଣ୍ଡସ୍ଥିତ ରାଞ୍ଚିର ‘ମିସିଓନାରିଜ୍‌ ଅଫ୍‌ ଚାରିଟି’ର ଜଣେ ନନ୍‌ଙ୍କର ଆଶ୍ଚର୍ଯ୍ୟଜନକ ସ୍ୱୀକାରୋକ୍ତି ସଭିଙ୍କୁ ଚକିତ କରିଛି। ଜାଣିବାକୁ ମିଳିଛି ଯେ ବିଶ୍ୱ ପ୍ରସିଦ୍ଧ ସମାଜସେବୀ ମଦର୍‌ ଟେରେସା ଗଠନ କରିଥିବା ଏହି ଚାରିଟିର ନନ୍‌ ନିଖୋଜ ହୋଇଥିବା ୪ ଜଣ ପିଲାଙ୍କ ମଧ୍ୟରୁ ୩ ଜଣଙ୍କୁ ବିକ୍ରି କରିଥିବା ଜାଣିବାକୁ ମିଳିଛି। ଏହା କେହି ଅଭିଯୋଗ କରିନାହାନ୍ତି, ବରଂ ନନ୍‌ ଜଣକ ନିଜେ ନିଜ ମୁହଁରେ ଏକଥା ସ୍ୱୀକାର କରିଛନ୍ତି। ବିକ୍ରି କରି ଦିଆଯାଇଥିବା ସେହି ପିଲାମାନଙ୍କୁ ଶନିବାର ପୁଲିସ୍‌ ଉଦ୍ଧାର କରିିଛି।

ଏହି ମାମଲାରେ ସଂପୃକ୍ତ ଥିବା ୨ ଜଣ ନନ୍‌ଙ୍କୁ ହେପାଜତରେ ନିଆଯାଇ ପଚରାଉଚରା କରାଯାଇଛି। ଏହି ମାମଲାର ତଦନ୍ତ ଜାରି ରହିଛି। ଏଏନ୍‌ଆଇ ପକ୍ଷରୁ ତାଙ୍କର ଟୁଇଟର୍‌ ପେଜ୍‌ରେ ଏକ ଭିଡିଓ ସେୟାର୍‌ କରାଯାଉଛି। ଭିଡିଓଟିରେ ନନ୍‌ ଜଣକ ସ୍ୱୀକାର କରୁଥିବାର ନଜର ଆସିଛନ୍ତି। ସେ ଆହୁରି ୨ ଜଣ ପିଲାଙ୍କୁ ବିକ୍ରି କରିଛନ୍ତି ବୋଲି ମାନିଛନ୍ତିି।

ଅଭିଯୁକ୍ତ ନନ୍‌ ଦ୍ୱୟ ହେଉଛନ୍ତି ସିଷ୍ଟର୍‌ କୋନ୍‌ସାଲିଆ ଏବଂ ଅନିମା। ଆଞ୍ଚଳିକ କୋର୍ଟ ଏମାନଙ୍କୁ ୪ ଦିନିଆ ପୁଲିସ୍‌ ହେପାଜତରେ ପଠାଇଛନ୍ତି। ସିଜିଏମ୍‌ ସ୍ୱୟମ୍ଭୁ ଏମାନଙ୍କୁ ହେପାଜତରେ ପଠାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଜଣେ ନବଜାତକଙ୍କୁ ବିକ୍ରି କରିଥିବା ଅଭିଯୋଗରେ ଜୁଲାଇ ୫ ତାରିଖରେ ସିଷ୍ଟର୍‌ କୋନ୍‌ସାଲିଆଙ୍କୁ ଗିରଫ କରାଯାଇଛି। ସେହିପରି ସିଷ୍ଟର୍‌ ଅନିମାଙ୍କୁ ଜୁଲାଇ ୪ରେ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe