ନଦୀ ଭିତରୁ ପୁଲିସ ଜବତ କଲା ବିପୁଳ ପରିମାଣର ମଦ

Advertisment

ନଦୀ ଭିତରୁ ଗୋଟିଏ ପରେ ଗୋଟିଏ ଏପରି ଭାବେ ବିପୁଳ ପରିମାଣର ମଦ ବୋତଲ ଜବତ କଲା ପୁଲିସ। ଜବତ ହୋଇଥିବା ମଦ ବୋତଲ ମଧ୍ୟରେ ଉଭୟ ଦେଶୀ ଓ ବିଦେଶୀ ମଦ ରହିଛି। ଘଟଣାକୁ ନେଇ ଆଶ୍ଚର୍ଯ୍ୟ ଉଭୟ ପୁଲିସ ଓ ଗ୍ରାମବାସୀ।

ନଦୀ ଭିତରୁ ଗୋଟିଏ ପରେ ଗୋଟିଏ ଏପରି ଭାବେ ବିପୁଳ ପରିମାଣର ମଦ ବୋତଲ ଜବତ କଲା ପୁଲିସ। ଜବତ ହୋଇଥିବା ମଦ ବୋତଲ ମଧ୍ୟରେ ଉଭୟ ଦେଶୀ ଓ ବିଦେଶୀ ମଦ ରହିଛି। ଘଟଣାକୁ ନେଇ ଆଶ୍ଚର୍ଯ୍ୟ ଉଭୟ ପୁଲିସ ଓ ଗ୍ରାମବାସୀ।

rwqrqw

ଗୟା: ବିହାରର ଗୟାଠାରେ ପୁଲିସ ନଦୀରେ ମଦ ମାଫିଆ ଦ୍ୱାରା ଲୁଆ ଯାଇଥିବା ବେଆଇନ ମଦ ଜବତ କରିଛି। ଏପରିକି ମଦ ମାଫିଆଙ୍କ କାର୍ଯ୍ୟକଳାପ ଦେଖି ପୁଲିସ ଆଶ୍ଚର୍ଯ୍ୟ ବି ହୋଇଯାଇଥିଲା। 

ମଗଧ ବିଶ୍ୱବିଦ୍ୟାଳୟ ପୁଲିସ ଷ୍ଟେସନର ଦାୟିତ୍ୱରେ ଥିବା ରଣବିଜୟ ସିଂ କହିଛନ୍ତି ଯେ କୋସିଲା ଗ୍ରାମ ନିକଟ ନଦୀରେ ମଦ ମାଫିଆ ନିଜର ଠିକଣା ପ୍ରସ୍ତୁତ କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ନଦୀରେ ଗାତ ଖୋଳି ମଦ ମାଫିଆମାନେ ଅନେକ ମଦ ଲୁଜାଇ ରଖିଥିଲେ। ବିଶେଷ  ସୂତ୍ରରୁ ମିଳିଥିବା ସୂଚନାକୁ ଭିତ୍ତି କରି ନଦୀରେ ଖୋଜାଖୋଜି କରାଯାଇ ବହୁ ପରିମାଣର ବେଆଇନ ମଦ ଜବତ କରିଥିଲା ପୁଲିସ। ଜବତ ହୋଇଥିବା ମଦ ବୋତଲ ମଧ୍ୟରେ ଉଭୟ ଦେଶୀ ଓ ବିଦେଶୀ ମଦ ରହିଛି।

ନଦୀରେ ପୁଲିସକୁ ଦେଖି ସ୍ଥାନୀୟଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲୋକମାନେ ନଦୀରେ ପୁଲିସ କଣ ଖୋଜୁଛି କିଛି ବୁଝି ପାରି ନଥିଲେ। ନଦୀ ନିକଟରେ ପୁଲିସ ଦଳକୁ ଦେଖି ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ଲୋକମାନେ  କିଛି ବୁଝିବା ପୂର୍ବରୁ ପୁଲିସ ନଦୀରୁ ଗୋଟିଏ ପରେ ଗୋଟିଏ  ଏପରି ଭାବେ ବିପୁଳ ପରିମାଣର ବିଦେଶୀ ମଦ ଉଦ୍ଧାର କରିବା ଆରମ୍ଭ କରିଥିଲା। ଉଦ୍ଧାର ହୋଇଥିବା ମଦ ଉପରେ ଯେତେବେଳେ ଲୋକଙ୍କ ଆଖି ପଡିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଘଟଣାର ପୁଲିସ ତଦନ୍ତ କରୁଥିବା ବେଳେ ଏଯାବତ କାହାକୁ ଗିରଫ କରି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe