Ganja Smuggling: ଚାଲାଣ ବେଳେ ମାଡ଼ି ବସିଲା ପୁଲିସ: ଗଂଜେଇ ସହ କାର, ନଗଦ ଟଙ୍କା ଜବତ

Advertisment

ସମ୍ବଲପୁର ଏସପି ମୁକେଶ କୁମାର୍ ଭାମୁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବେଆଇନ୍ ନିଶାଦ୍ରବ୍ୟ ଚୋରା ଚାଲାଣକୁ ରୋକ୍ ଲଗାଇବା ପାଇଁ ପୁଲିସ୍ ଧରପଗଡ ଅଭିଯାନ ଚଳାଇଛି। ଏହି ଅଭିଯାନକୁ ଜୋରଦାର କରି ଜମନକିରା ପୁଲିସ୍ ଏକ ବଡ଼ ସଫଳତା ହାସଲ କରିଛି।

ସମ୍ବଲପୁର ଏସପି ମୁକେଶ କୁମାର୍ ଭାମୁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବେଆଇନ୍ ନିଶାଦ୍ରବ୍ୟ ଚୋରା ଚାଲାଣକୁ ରୋକ୍ ଲଗାଇବା ପାଇଁ ପୁଲିସ୍ ଧରପଗଡ ଅଭିଯାନ ଚଳାଇଛି। ଏହି ଅଭିଯାନକୁ ଜୋରଦାର କରି ଜମନକିରା ପୁଲିସ୍ ଏକ ବଡ଼ ସଫଳତା ହାସଲ କରିଛି।

Untitled-15

ଜମନକିରା: ସମ୍ବଲପୁର ଏସପି ମୁକେଶ କୁମାର୍ ଭାମୁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବେଆଇନ୍ ନିଶାଦ୍ରବ୍ୟ ଚୋରା ଚାଲାଣକୁ ରୋକ୍ ଲଗାଇବା ପାଇଁ ପୁଲିସ୍ ଧରପଗଡ ଅଭିଯାନ ଚଳାଇଛି। ଏହି ଅଭିଯାନକୁ ଜୋରଦାର କରି ଜମନକିରା ପୁଲିସ୍ ଏକ ବଡ଼ ସଫଳତା ହାସଲ କରିଛି। ରବିବାର ଅପରାହ୍‌ଣରେ ଜମନକିରା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁଚିଣ୍ଡା ଏସ୍‌ଡିପିଓ ପ୍ରଦୀପ୍ତ କୁମାର ଦାଶ ସୂଚନା ଦେଇ କହିଥିଲେ ଯେ ଗତ ଦୁଇ ମାସ ହେଲା ଜିଲ୍ଲାରେ ବ୍ୟାପକ ପରିମାଣର ନିଶାଦ୍ରବ୍ୟ ଚୋରା ଚାଲାଣ ହେଉଛି।  

ଗତ ୧୭ ତାରିଖ ଅପରାହ୍ନ ଦେଢ଼ଟାରେ ଜମନକିରା ଥାନା ଆଇଆଇସି ପଦ୍ମାଳୟା ସାହୁଙ୍କ ନିର୍ଦ୍ଦେଶରେ ଏସଆଇ ସନ୍ତୋଷ ସ୍ୱାଇଁ ଏବଂ ପୁଲିସ ଟିମ୍ (ଏନ୍ଏଚ୍ ୫୩) ଉପରେ ଚେପଟାମ୍ବ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ପୁଲିସକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା। ସେହି ରାସ୍ତା ଦେଇ ଯାଉଥିବା ଏକ ସିଲଭର୍ ରଙ୍ଗର ଏକ କାର (ଓଡ଼ି ୦୨ଭି ୦୯୧୯)କୁ ପୁଲିସ ଟିମ୍ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଦୁଇଟି ପ୍ଲାଷ୍ଟିକ୍ ବ୍ୟାଗରେ ମୋଟ୍ ୨୫ କିଲୋ ୪୫୦ ଗ୍ରାମ ଗଞ୍ଜେଇ ରହିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓ ସ୍ଥାନୀୟ ସାକ୍ଷୀ ମାନଙ୍କ ସମ୍ମୁଖରେ ଓଜନ କରିବାରୁ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ୍‌ରେ ୧୬ କିଲୋ ୫୦୦ ଗ୍ରାମ ଥିବା ବେଳେ ଅନ୍ୟ ଏକ ବ୍ୟାଗ ରେ ୮ କିଲୋ ୯୫୦ ଗ୍ରାମ ଗଞ୍ଜେଇ ଭର୍ତ୍ତି ଥିବା ଜଣା ପଡିଥିଲା।

୪‌ ପେସାଦାର ମାଫିଆ

କାର୍‌କୁ ଦୀପକ ପାଣ୍ଡେ ଚଳାଉ ଥିଲା ବୋଲି ଏସଡିପିଓ ଶ୍ରୀ ଦାଶ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ୪ ଜଣ ପେଶାଦାର ଗଞ୍ଜେଇ ମାଫିଆ ଯଥା-ସମ୍ବଲପୁର କ୍ଷେତରାଜପୁର ବାସିନ୍ଦା ରୋଶନ୍ ସିଂ (୨୪), ତିୱାରୀଗଳିର ଦୀପକ ପାଣ୍ଡେ (୨୨), ଧନୁପାଲି ଥାନା ଅଧୀନ ମୋତିଝରନର ମହମ୍ମଦ ଦାନିସ (୨୦) ଏବଂ କ୍ଷେତରାଜପୁର ଥାନା ଅଧୀନ ଦୁର୍ଗାପାଲିର ଉତ୍ତମ ବଗର୍ତ୍ତୀ (୩୦)ଙ୍କୁ ଥାନାକୁ ଧରି ଆଣି ପଚରା ଉଚୁରା କରିଥିଲା।

ଜେରା ବେଳେ ଜଣାପଡ଼ିଲା

ପୁଲିସ୍ ଜେରା ବେଳେ କୋଲକତାରୁ ଦେବଗଡ, ସମ୍ବଲପୁରକୁ ଭାୟା ବଡ଼ରମା ଘାଟି ଦେଇ ଗଞ୍ଜେଇ ଚାଲାଣ କରୁଥିବା ସ୍ଵୀକାର କରିଥିଲେ। ଗଞ୍ଜେଇ ଚୋରା ଚାଲାଣ ବେଳେ ବ୍ୟବହୃତ ଗାଡ଼ି ସମେତ ୨୦୦ ଟି ୫୦୦ ଟଙ୍କିଆ ନୋଟ୍ ବାବଦକୁ ଏକ ଲକ୍ଷ ଟଙ୍କା, ବିଭିନ୍ନ କଂପାନି ପ୍ରସ୍ତୁତ ସିମ୍ ସହିତ ୫ଟି ଆଣ୍ଡ୍ରଏଡ ମୋବାଇଲ ଜବତ୍ କରିଥିଲା। ଏମାନେ ଅନ୍ୟ କେଉଁ ମାମଲାରେ ସଂପୃକ୍ତ ରହିଛନ୍ତି କି ନାହିଁ ଅଧିକ ତଦନ୍ତ କଲେ ଜଣାପଡ଼ିବ ବୋଲି କୁହାଯାଇଛି। ଜମନକିରା ଥାନାରେ ଏକ ରୁଜୁ ହୋଇଛି। ଏହାର ତଦନ୍ତକାରୀ ପୁଲିସ ଅଫିସର୍ ଏସଆଇ ସନ୍ତୋଷ ସ୍ୱାଇଁ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe