ନୂଆଦିଲ୍ଲୀ: ବିହାରର ମୁଜାଫରପୁରରେ ପୁଲିସ ସନ୍ଦେହ କରି ଜଣେ ମହିଳା ଭିକାରୀଙ୍କ ଘରେ ଚଢାଉ କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏହି ଚଢ଼ାଉ ସମୟରେ ପୁଲିସ ବିହାରୀ ମାଞ୍ଝିଙ୍କ ପତ୍ନୀ ନୀଲମ ଦେବୀ (୩୮)ଙ୍କୁ ଗିରଫ କରିଛି। ଗିରଫ ମହିଳା ଭିକାରୀଙ୍କ ଘରୁ ବିଭିନ୍ନ ଦେଶର ରୂପା ମୁଦ୍ରା ଅଳଙ୍କାର ଏବଂ ୧୨ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଘଟଣାସ୍ଥଳରୁ ଏକ ସ୍ପିଡ଼ ବାଇକର ମଧ୍ୟ ପୁଲିସ ଜବତ କରିଛି`
ପୁଲିସ ସବ-ଇନ୍ସପେକ୍ଟର ସିଆରାମ ସିଂହ ଏହି ଘଟଣାକୁ ନେଇ କହିଛନ୍ତି, ‘କରଜା ପୁଲିସ ଷ୍ଟେସନରେ ନୀଲମ ଦେବୀ ଏବଂ ତାଙ୍କ ଜ୍ୱାଇଁ ଚୁଟୁକ ଲାଲ (୨୨)ଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା।
ଗିରଫ ନୀଲମ ଦେବୀଙ୍କର ଗୋଟିଏ ପୁଅ ଏବଂ ଚାରି ଝିଅ ଅଛନ୍ତି। ଚାରି ଝିଅଙ୍କ ମଧ୍ୟରୁ ଜଣେ ବିବାହିତ। ନୀଲମ ଦେବୀ ଦୀର୍ଘ ଦିନ ଧରି ଉକ୍ତ ଅଞ୍ଚଳରେ ଭିକ୍ଷା ମାଗୁଥିଲେ। ଏହି ସମୟରେ, ସେ ଲୋକମାନଙ୍କ ଘରେ ପଶି ଚୋରି କରୁଥିବା ଅଭିଯୋଗ ହୋଇଥିଲା। ପୁଲିସ ଯେତେବେଳେ ତାଙ୍କ ଘରେ ଅନେକ ଦାମୀ ଜିନିଷପତ୍ର ଥିବା ସୂଚନା ପାଇଥିଲା ସେତେବେଳେ ଏକ ଦଳ ଗଠନ କରି ଚଢାଉ କରିଥିଲା।
ପୁଳିସ ଷ୍ଟେସନ୍ ଇନଚାର୍ଜ ବୀରବଲ କୁଶୱାହା ଏହି ଘଟଣାକୁ ନେଇ କହିଛନ୍ତି, ‘ନୀଲମ ଦେବୀଙ୍କ ଜ୍ୱାଇଁ ନେପାଳ ସୀମାନ୍ତ ଅଞ୍ଚଳରେ ରୁହନ୍ତି। ସେ ପ୍ରାୟତଃ ନେପାଳ ଯିବା ଆସିବା କରୁଥିଲେ। ସନ୍ଦେହ କରାଯାଉଛି ଯେ ଜବତ ମୁଦ୍ରା ନେପାଳର କୌଣସି ବିଦେଶୀ ନାଗରିକ ଦେଇଥାଇପାରନ୍ତି। ଅଥବା ସେ ଚୋରି କରି ଥାଇ ପାରନ୍ତି। ପଚରାଉଚରା ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।
Follow Us