ଆଦିବାସୀ ପରିବାରକୁ ମାଡ଼ ମାରି ସ୍ବର୍ଣ୍ଣମୁଦ୍ରା ଚୋରି କରି ନେଇଗଲେ ୪ଜଣ ପୁଲିସ କର୍ମଚାରୀ

Advertisment
ଆଦିବାସୀ ପରିବାରକୁ ମାଡ଼ ମାରି ସ୍ବର୍ଣ୍ଣମୁଦ୍ରା ଚୋରି କରି ନେଇଗଲେ ୪ଜଣ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାରେ ପୁଲିସ ଏକ ଆଦିବାସୀ ପରିବାରଙ୍କ ଘରୁ ଚୋରି କରିଥିବା ଘଟଣା ସାମ୍ନାକୁ ଆସିଛି। ପୁଲିସ ଆଦିବାସୀ ପରିବାର ସଦସ୍ୟଙ୍କୁ ମାଡ଼ ମାରିବା ସହିତ ସେମାନଙ୍କ ଘରୁ ୨୪୦ଟି ସ୍ବର୍ଣ୍ଣମୁଦ୍ରା ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଚାରି ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଏହି ଘଟଣା ବିଷୟରେ ଆଲିରାଜପୁର ଜିଲ୍ଲାର ପୁଲିସ ଅଧିକାରୀ ହନସରାଜ ସିଂ କହିଛନ୍ତି, ଏହି ଘଟଣ‌ାରେ ଚାରିଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରି ଦିଆଯାଇଛି। ନିଳମ୍ବିତ ହୋଇଥିବା ୪ଜଣ ପୁଲିସ କର୍ମଚାରୀଙ୍କ ମଧ୍ୟରେ ସୋଣ୍ଡୱା ପୁଲିସ ଷ୍ଟେସନର ଇନ୍ସପେକ୍ଟର ଓ ତିନିଜଣ କନଷ୍ଟେବଳ ରହିଛନ୍ତି।

ଅଭିଯୋଗକାରୀ ବାଜଡା ଗାଁର ବାସିନ୍ଦା ଶମ୍ଭୁ ସିଂ (୫୨) ଅଭିଯୋଗ କରି କହିଛନ୍ତି କି, ‘ଜୁଲାଇ ୧୯ ତାରିଖ ଦିନ ୧୧ ଟା ସମୟରେ ସୋଣ୍ଡୱା ପୁଲିସ ଷ୍ଟେସନରୁ ଚାରିଜଣ ପୁଲିସ ହଠାତ ଆସି ଆମ ଘରେ ପହଞ୍ଚିଥିଲେ।  ଘରେ ଥିବା ପତ୍ନୀ ରମକୁବାଇଙ୍କୁ  ଓ ମୋତେ ପୁଲିସ ମାଡ ମାରିବା ସହ ଘର ଭିତରେ ରଖାଯାଇଥିବା ୨୪୦ଟି ସ୍ବର୍ଣ୍ଣମୁଦ୍ରାକୁ ଚୋରି କରି ନେଇ ଯାଇଥିଲେ।’

ଏହି ଅଭିଯୋଗ ପାଇବା ପରେ ଆଲିରାଜପୁର ସବ-ଡିଭିଜନାଲ ଅଫିସର ଶ୍ରଦ୍ଧା ସୋନକର ପ୍ରାଥମିକ ତଦନ୍ତ କରିଥିଲେ। ଏହି ତଦନ୍ତରୁ ଅଭିଯୋଗକାରୀ ଶମ୍ଭୁ ସିଂ ଯେଉଁ ଅଭିଯୋଗ କରିଥିଲେ ତାହା ସତ ପ୍ରମାଣିତ ହୋଇଥିଲା। ଏହାପରେ  ଚାରି ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା।

ଅଭିଯୋଗକାରୀ ଶମ୍ଭୁ ସିଂଙ୍କୁ ଯେତେବେଳେ ଏହି ମୁଦ୍ରା ବିଷୟରେ ପଚରା ଯାଇଥିଲା। ସେ କହିଥିଲେ, ‘ଗୁଜୁରାଟରେ ଶ୍ରମିକ ଭାବେ କାମ କରୁଥିବା ବେଳେ ମୋତେ ଏହି ସୁନା ମୁଦ୍ରା ମିଳିଥିଲା। ମୁଁ ସେଠାରୁ ୨୪୦ଟି ସ୍ବର୍ଣ୍ଣମୁଦ୍ରା ସଂଗ୍ରହ କରି ଘରକୁ ଆଣି ଲୁଚାଇ ରଖିଥିଲି। ଏହି ମୁଦ୍ର‌ାଗୁଡ଼ିକ ବ୍ରିଟିଶ ଯୁଗର ବୋଲି କୁହାଯାଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe