ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଉଥିବା ବେଳେ ପୁଲିସ ମାଡ଼ର ଶିକାର ହେଲେ ଏକ ପରିବାର

Advertisment
ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଉଥିବା ବେଳେ ପୁଲିସ ମାଡ଼ର ଶିକାର ହେଲେ ଏକ ପରିବାର

ଭୋପାଳ: ମଧ୍ୟପ୍ରଦେଶର ଶହଡୋଲରେ ଜଣେ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଯାଉଥିବା ବେଳେ ଏକ ପରିବାର ପୁଲିସ ମାଡ଼ର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ନିଜ କାରରେ ସମ୍ପର୍କୀୟଙ୍କ ଶେଷ ରୀତିନୀତିରେ ଯୋଗଦେବାକୁ ଯାଉଥିବା ଲୋକଙ୍କୁ ଏସଆଇ ଅଭିନବ ରାଏ ମାଡ଼ ମରିଛନ୍ତି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଏସଆଇ ଉକ୍ତ ପରିବାର ସଦସ୍ୟଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳୁଛି।

ତେବେ ଏହି ଘଟଣାକୁ ନେଇ ଟ୍ରାଫିକ ପୁଲିସର ଡିଏସପି କହିଛନ୍ତି, ଯେ ଉଭୟ ପକ୍ଷଙ୍କ ସହମତି ପରେ ଏହି ଘଟଣାକୁ ନେଇ କୌଣସି ପ୍ରକାର ଅଭିଯୋଗ ରୁଜୁ କରାଯାଇନାହିଁ।

ସୂଚନାନୁସାରେ, ଛତିଶଗଡର ଏକ ପରିବାର ସମ୍ପର୍କୀୟଙ୍କ ଶେଷ ରୀତିନୀତିରେ ଯୋଗଦେବା ପାଇଁ ଶହଡୋଲର ଗୋହପାରୁ ପୁଲିସ ଷ୍ଟେସନ  ଅଧିନସ୍ଥ କର୍ରି ଗ୍ରାମକୁ ଯାଉଥିଲେ। ଏହି ସମୟରେ କାରର ବେଗ ବହୁତ ଅଧିକ ଥିଲା। ଏହାକୁ ନେଇ ଏସଆଇ ଗାଡିକୁ ଅଟକାଇ ଗାଡିର କାଗଜପତ୍ର ଯାଞ୍ଚ କରିଥିଲେ। ପ୍ରଦୂଷଣ କାଗଜପତ୍ର ନ ଥିବାରୁ ଏସଆଇ ଚାଲାଣ କାଟିବା କରିବା ଆରମ୍ଭ କରିଥିଲେ।

ଏହାକୁ ନେଇ ପୁଲିସ ଓ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଉଥିବା ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଲାଗିଥିଲା।

ଚାଲାଣ କାଟିବା ସମୟରେ ପରିବାରର ଜଣେ ସଦସ୍ୟ ମୋବାଇଲ୍ ବାହାର କରି ଘଟଣାର ରେକର୍ଡି କରିବା ଆରମ୍ଭ କରିଥିଲେ। ଏହାକୁ ଦେଖି ଏସଆଇ ରାଗି ଯାଇଥିଲେ।  ଏହାପରେ ସେ ଯୁବକକୁ ଗାଳିଗୁଲଜ କରିବା ସହିତ ତାଙ୍କୁ ମାଡ଼ ମାରିଥିଲେ। ଯୁବକଙ୍କୁ ଅଟକାଇବାକୁ ଆସିଥିବା ପରିବାର ସଦସ୍ୟଙ୍କୁ ବି ସେ ଗାଳିଗୁଲଜ କରିବା ସହିତ ମାଡ଼ମାରି ଠେଲି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe