ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ‌ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବନ୍ନା

ଗିରଫ ହେବାର ବର୍ଷକ ପରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ‌ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବନ୍ନା। ନିଜ ଗୃହସହାୟିକାଙ୍କ ସହ ଦୁଷ୍କର୍ମ ଓ ଧମକ ଦେବା ମାମଲାର ଅଭିଯୁକ୍ତ ତଥା ପୂର୍ବତନ ଜେଡିଏସ୍‌ ସାଂସଦଙ୍କୁ ଆଜି ଦୋଷୀ ବୋଲି ଘୋଷଣା କରିଛନ୍ତି କୋର୍ଟ।

New Project (9)

ନୂଆଦିଲ୍ଲୀ: ଗିରଫ ହେବାର ବର୍ଷକ ପରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ‌ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବନ୍ନା। ନିଜ ଗୃହସହାୟିକାଙ୍କ ସହ ଦୁଷ୍କର୍ମ ଓ ଧମକ ଦେବା ମାମଲାର ଅଭିଯୁକ୍ତ ତଥା ପୂର୍ବତନ ଜେଡିଏସ୍‌ ସାଂସଦଙ୍କୁ ଆଜି ଦୋଷୀ ବୋଲି ଘୋଷଣା କରିଛନ୍ତି କୋର୍ଟ। ଗତବର୍ଷ ତାଙ୍କୁ ଏହି ମାମଲା ପାଇଁ ଗିରଫ କରିଥିଲା ଏସଆଇଟି। ହାସନ ଜିଲ୍ଲାର ହୋଲେନରସିପୁରାର ଏକ ଫାର୍ମହାଉସରେ ସେ ଗୃହସହାୟିକାଙ୍କୁ ଦୁଷ୍କର୍ମ କରିଥିଲେ।

କୁହାଯାଉଛି ଯେ, ହାସନର ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ବିରୁଦ୍ଧରେ କୋର୍ଟ ରାୟ ଘୋଷଣା କରିବା ମାତ୍ରେ ସେ କୋର୍ଟରେ ହିଁ ଭାବପ୍ରବଣ ହୋଇପଡ଼ିଥିଲେ। ଦୋଷୀ ବୋଲି ସ୍ପଷ୍ଟ ହେବା ପରେ ସେ କାନ୍ଦି ପକାଇଥିଲେ। ଏଫଆଇଆର ପଞ୍ଜିକୃତ ହେବାର ମାତ୍ର ୧୪ମାସ ପରେ ଏହି ରାୟ ପ୍ରକାଶ ପାଇଛି। ଆଜି ଦୋଷୀ ବୋଲି ରାୟ ଦେବା ପରେ ଆସନ୍ତାକାଲି କୋର୍ଟ ତାଙ୍କୁ କ’ଣ ଦଣ୍ଡ ଦିଆଯିବ, ତା’ର ନିଷ୍ପତ୍ତି ନେବେ।

ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନ୍ନ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ାଙ୍କ ନାତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀଙ୍କ ପୁତୁରା। ତାଙ୍କ ବିରୁଦ୍ଧରେ ଯୌନ ହିଂସା ଏବଂ ଦୁଷ୍କର୍ମର ଚାରୋଟି ଭିନ୍ନ ଭିନ୍ନ ଗମ୍ଭୀର ଅଭିଯୋଗ ହୋଇଛି। ୨୮ଏପ୍ରିଲରୁ ୧୦ ଜୁନ୍ ୨୦୨୪ ମଧ୍ୟରେ ୪ଟି ଏଫଆଇଆର୍ ପଞ୍ଜିକୃତ ହୋଇଥିଲା। ଏହି ମାମଲା ହାସନ ଜିଲ୍ଲାର ହୋଲେନରସିପୁରା ପୁଲିସ ଷ୍ଟେସନରେ ପଞ୍ଜିକୃତ ହୋଇଥିଲା। ୨ଟି ସାଇବର ଅପରାଧ ମାମଲା ମଧ୍ୟରୁ ଗୋଟିଏ ସିଆଇଡି ଅଧୀନରେ ସାଇବର କ୍ରାଇମ୍ ପୁଲିସ ଷ୍ଟେସନରେ ପଞ୍ଜିକୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe