ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ; ଦୁଇ ଅଭିଯୁକ୍ତ ଫେରାର୍‌

Advertisment
ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ; ଦୁଇ ଅଭିଯୁକ୍ତ ଫେରାର୍‌

www.aajtak.in

ପ୍ରତାପଗଡ଼: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏହି ଅଞ୍ଚଳରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଜଣ ଦୁଷ୍କର୍ମ ଅଭିଯୁକ୍ତ ଫେରାର୍‌ ଅଛନ୍ତି। ପୁଲିସ୍‌ର ଏକ ଟିମ୍‌ ଅଭିଯୁକ୍ତଙ୍କୁ ଖୋଜିବାକୁ ଲାଗିପଡ଼ିଛି।

ଏକ ଗଣମାଧ୍ୟମ ସଂସ୍ଥା ମୁତାବକ, ଲାଲଗଞ୍ଜର ସର୍କଲ ଅଧିକାରୀ ରାମ ସୁରତ ସୋନକର କହିଛନ୍ତି ଯେ ପୀଡ଼ିତା ନାବାଳିକା ତାଙ୍କ ମାଆଙ୍କ ସହ ଆସି ମାମଲା ରୁଜୁ କରିଛନ୍ତି। ପୀଡ଼ିତାଙ୍କ ମାଆ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ଝିଅ ଅଷ୍ଟମ ଶ୍ରେଣୀର ଛାତ୍ରୀ। ତାଙ୍କ ଝିଅ ସହ ୧୦ ବର୍ଷ ବୟସର ବିନୟ ପାଲ୍‌ ଓ ୨୨ ବର୍ଷ ବୟସର ପୁନିତ ପାଲ୍‌ ଜାନୁଆରି ୩୦ ତାରିଖରେ ଗଣଦୁଷ୍କର୍ମ କରିଛନ୍ତି।

ଗଣଦୁଷ୍କର୍ମ ପରେ ପୀଡ଼ିତା ନାବାଳିକା ଘରକୁ ଆସି ଏ ସଂପର୍କରେ ନିଜ ମାଆଙ୍କୁ ଜଣାଇଥି‌ଲେ। ତାପରେ ମାଆ ଓ ଝିଅ ମିଶିକରି ଯାଇ ସ୍ଥାନୀୟ ଥାନାରେ ଏତଲା ଦାୟର କରିଛନ୍ତି। ହେଲେ ଅଭି‌ଯୁକ୍ତଙ୍କ ବିରୋଧରେ ଏଯାବତ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି କାରଣରୁ ପୀଡ଼ିତା ନାବାଳିକାଙ୍କ ମାଆ ଲାଲଗଞ୍ଜ ଥାନାରୁ ସିଧା ଏସ୍‌ପିଙ୍କ ଆଗରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି।

ଏହା ପୂର୍ବରୁ ଗ୍ରେଟର୍‌ ନୋଇଡାରେ ଦ୍ବାଦଶ ଶ୍ରେଣୀରେ ପଢୁଥିବା ଜ‌ଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। କଲେଜରେ ପଢୁଥିବା ଉକ୍ତ ଯୁବତୀଙ୍କୁ ଜଣେ ଯୁବକ ପ୍ରେମ କରୁଥିବା କହି ତାଙ୍କ ସହ ଶାରୀରିକ ସଂପର୍କ ରଖି ତାହାକୁ ଭିଡିଓ ବନାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe