୬ ମାସ ତଳେ ହୋଇଥିବା ଦୁଷ୍କର୍ମ ପରେ ହୋଇଛନ୍ତି ଗର୍ଭବତୀ, କୋର୍ଟ ଯିବା ବାଟରେ ଆକ୍ରମଣ

Advertisment
୬ ମାସ ତଳେ ହୋଇଥିବା ଦୁଷ୍କର୍ମ ପରେ ହୋଇଛନ୍ତି ଗର୍ଭବତୀ, କୋର୍ଟ ଯିବା ବାଟରେ ଆକ୍ରମଣ

ଭୋପାଳ: ଦିନକୁ ଦିନ ହତ୍ୟା, ଆତ୍ମହତ୍ୟା ଓ ଦୁଷ୍କର୍ମ ପରି ଅପରାଧର ମାତ୍ରା ବଢ଼ିବାରେ ଲାଗିଛି। ଅନେକ ସମୟରେ ଦୁଷ୍କର୍ମର ଶିକାର ହେଉଥିବା ମହିଳା ଗର୍ଭବତୀ ପାଲଟୁଥିବା କଥା ବି ଆପଣ ଜାଣୁଥିବେ ନିଶ୍ଚୟ। ମଧ୍ୟପ୍ରଦେଶର ଗ୍ବାଲିୟରରେ ଦେଖିବାକୁ ମିଳିଛି ସେହିଭଳି ଏକ ଅଭାବନୀୟ ଘଟଣା। ଜଣେ ଗର୍ଭବତୀ ଦୁଷ୍କର୍ମ ପୀଡ଼ିତା କୋର୍ଟରୁ ସାକ୍ଷୀ ଦେବାକୁ ଯାଉଥିବା ବାଟରେ ଦୁଷ୍କର୍ମ ଅଭିଯୁକ୍ତ ତ‌ାଙ୍କୁ ଅଟକାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଦୁଷ୍କର୍ମ ଅଭିଯୁକ୍ତ ଜଣକ ତାଙ୍କର ୪ ଜଣ ସହଯୋଗୀଙ୍କୁ ଲଗାଇ ପୀଡ଼ିତାଙ୍କୁ ଆକ୍ରମଣ କରିଥିବା ସୂଚନା ରହିଛି। ସେମାନେ ପ୍ରଥମେ ମହିଳାଙ୍କୁ ମାମଲା ଉଠାଇ ନେବାକୁ କହିଥିଲେ। ମାତ୍ର ପୀଡ଼ିତା ରାଜି ନହେବାରୁ ସେମାନେ ତାଙ୍କୁ ଖୁବ୍ ଜୋର୍‌ ମାର୍‌ପିଟ୍‌ କରିଥିଲେ। ପୀଡ଼ିତା ଜଣକ ଗର୍ଭବତୀ ଥିବା ବେଳେ ସେମାନେ ପୀଡ଼ିତାଙ୍କ ପେଟରେ ବି କେତେ ଗୋଇଠା ମାରିଥିବା ପୀଡ଼ିତା ଜଣକ ଅଭିଯୋଗ ଆଣି କହିଛନ୍ତି।

ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରିଛି। ପୁଲିସ୍‌ କହିଛି ଯେ ପୀଡ଼ିତା ଜଣକ ଶିବପୁରୀର ବାସିନ୍ଦା। ଅଭିଯୋଗ ଅନୁସାରେ, ୬ ମାସ ତଳେ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ତା’ପ‌ରେ ସେ ଗର୍ଭବତୀ ବନିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଏବେ ଏହି ଆକ୍ରମଣ ଘଟଣାରେ ପୀଡ଼ିତା ଜଣକ ଝାନ୍‌ସୀ ରୋଡ୍‌ ଥାନା ପୁଲିସ୍‌ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe