ଛାତ୍ରଙ୍କୁ ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟ କରୁଥିବାରୁ ସ୍କୁଲ୍‌ର ପ୍ରିନ୍ସିପାଲ୍‌ ଓ ଶିକ୍ଷକ ଗିରଫ

Advertisment
୨ଲୁଟେରା ଗିରଫ, ମୋବାଇଲ୍‌ ଜବତ

ପାଟ୍‌ନା: ବିହାରର ଦରବାଙ୍ଗର ଲାଲବାଘ ଅଞ୍ଚଳର ଏକ ସରକାରୀ ସ୍କୁଲ୍‌ରେ ପ୍ରିନ୍ସିପାଲ୍‌ ଓ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ବିହାର ପୁଲିସ୍‌ ମଙ୍ଗଳବାର୍‌ ସ୍କୁଲର ପ୍ରିନ୍ସିପାଲ୍‌ ଓ ଶିକ୍ଷକଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।

ପୁଲିସ୍‌ ଗିରଫ କରିଥିବା ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ସ୍କୁଲ୍‌ର ଶିକ୍ଷକ କୁମାର ଆନନ୍ଦ ଶଙ୍କର ଓ ପ୍ରିନ୍ସିପାଲ୍‌ ସୁଜିତ କୁମାର ମିଶ୍ର। ଏହି ସ୍କୁଲ୍‌ରେ ପଢୁଥିବା ୨ ଜଣ ପିଲାଙ୍କର ଅଭିଭାବକ ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ଏହି ସତ୍ୟ ସାମ୍ନାକୁ ଆସିଛି।

ଅଭିଯୁକ୍ତ ଦ୍ୱୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରୁଜୁ ହୋଇଥିବା ମାମଲାରେ ସ୍କୁଲ୍‌ ସଚିବ ଙ୍କ ନାମ ମଧ୍ୟ ରହିଛି। ଏହି ଘଟଣା ପରେ ସ୍କୁଲ୍‌କୁ ଏବେ ୭ ଦିନ ପାଇଁ ବନ୍ଦ କରି ଦିଆଯାଇଛି।

ଏହି ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ମହେଶ ପ୍ରସାଦ ସିଂହ ଏକ କମିଟି ଗଠନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe