aajtak
ନୂଆଦିଲ୍ଲୀ: ଜଣେ ମହିଳା ଜେଲ ଅଧିକାରୀ ଜେଲରେ ବନ୍ଦୀ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧି ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଏହାପରେ କୋର୍ଟ ଏହି ମାମଲାର ଶୁଣାଣି କରି ଜେଲରଙ୍କୁ ଗୋଟିଏ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି।
ବ୍ରିଟେନ୍ର ୱେଲ୍ସରେ ଏକ ଜେଲରେ ଆଏସିଆ ନମ୍ନୀ ଜନୈକା ଜେଲର୍ ଓ ଜେଲରେ ବନ୍ଦୀ ଥିବା ୨୯ବର୍ଷର କଏଦୀ ଖୁରମ ରଜାକ୍ଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିବାର ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା।
ଯାଞ୍ଚରୁ ଜଣାପଡ଼ିଥିଲା କି, ୫ମାସ ଭିତରେ ଉକ୍ତ କଏଦୀଙ୍କ ସହିତ ମହିଳା ଜେଲର୍ ୧୨୦୦ଥର ଫୋନ୍ରେ କଥା ହେବା ସହିତ ତାକୁ କିଛି ଅଶ୍ଳୀଳ ଫଟୋବି ପଠାଇଥିଲେ। କେବଳ ଏତିକି ନୁହେଁ, ସେ ଜେଲରେ ବନ୍ଦୀ ଥିବା ଏହି କଏଦୀ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫେଟୋକୁ ନିଜ ଫୋନ୍ରେ କୈଦ୍ ବି କରିଥିଲେ।
Daily Mailଆଏସିଆଙ୍କୁ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ କରାଯିବା ପରେ କୋର୍ଟ ତାଙ୍କୁ ୧୨ମାସର ଜେଲଦଣ୍ଡ ଶୁଣାଇଥିଲେ। ଅନ୍ୟ ପକ୍ଷରେ ଅପରାଧି ରାଜକ୍କୁ ବି ଜେଲରେ ମୋବାଇଲ ଫୋନ୍ ରଖିବା ଅପରାଧରେ ଦୋଷୀସାବ୍ୟସ୍ତ କରାଯାଇଛି।
ଏଥିସହିତ ବ୍ରିଟେନ୍ର ମୋଲ୍ଡ କ୍ରାଉନ୍ କୋର୍ଟରେ ହୋଇଥିବା ଶୁଣାଣିରୁ ଏହା ମଧ୍ୟ ଜଣାପଡ଼ିଛି କି ଆଏସିଆ ନିଜର ବ୍ୟାଙ୍କ ଡିଟେଲ୍ସ କଏଦୀର ଜଣେ ସହଯୋଗୀଙ୍କ ପାଖକୁ ବି ପଠାଇଥିଲେ, ଯିଏକି ତାଙ୍କ ଏକାଉଣ୍ଟରେ କିଛି ଟଙ୍କା ଜମା କରିଥିଲେ।
Follow Us