Advertisment

ଜେଲରେ କଏଦୀ କଲେ ଆତ୍ମହତ୍ୟା, ହାତରେ ଲେଖିଥିଲେ ମୃତ୍ୟୁର କାରଣ

Advertisment
ଜେଲରେ କଏଦୀ କଲେ ଆତ୍ମହତ୍ୟା, ହାତରେ ଲେଖିଥିଲେ ମୃତ୍ୟୁର କାରଣ

www.aajtak.in

ନୂଆଦିଲ୍ଲୀ: ଅମ୍ବାଲାର ସେଣ୍ଟ୍ରାଲ ଜେଲ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଜେଲରେ ଜଣେ କଏଦୀ ଆତ୍ମହତ୍ୟା କରିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଆତ୍ମହତ୍ୟା କରିବା ପୂର୍ବରୁ କଏଦୀ କୌଣସି କାଗଜରେ ନୁହେଁ ବରଂ ନିଜ ହାତରେ ସୁଇସାଇଡ ନୋଟ ଲେଖିଥିବା ଦେଖିବାକୁ ମିଳିଛି।

କଏଦୀ ତାର ମୃତ୍ୟୁର କାରଣ ଡେପୁଟି ଜେଲର ରାକେଶ ଲୋହଚରଙ୍କୁ କହିଛି। ଏହି ସୁଇସାଇଡ ନୋଟ ପରେ ଅମ୍ବାଲା ସେଣ୍ଟ୍ରାଲ ଜେଲକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ସୁଇସାଇଡର ଏହା ପ୍ରଥମ ମାମଲା ନୁହେଁ। ଏହାପୂର୍ବରୁ ୨୦୨୦ ଜୁନ-୨ରେ ଆଉ ଜଣେ କଏଦୀ ସୁଇସାଇଡ କରିଥିବା ଘଟଣା ସାମ୍ନାକୁ ଆସିଥିଲା। ଗତ ଏକ ସପ୍ତାହ ହେବ ଜେଲ ପ୍ରଶାସନ କଏଦୀମାନଙ୍କୁ ମାରପିଟ କରୁଥିବା ଅଭିଯୋଗ ହେଉଛି। ଏହାକୁ ସହି ନପରି ଜଣେ କଏଦୀ ଆତ୍ମହତ୍ୟା କରିବା ସହିତ ଡେପୁଟି ଜେଲରଙ୍କୁ ଦୋଷୀ ବୋଲି କହିଛି।

जेल में कैदी ने की आत्‍महत्‍या, हाथ पर लिखा मौत के जिम्‍मेदार डिप्‍टी जेलर का नाम

ମୃତ କଏଦୀଙ୍କ ପୁଅଙ୍କ କହିବାନୁସାରେ, ବାପାଙ୍କୁ ୨୦ବର୍ଷ ଜେଲଦଣ୍ଡ ହୋଇଥିଲା। କିନ୍ତୁ ହଠାତ ଫୋନ ଆସିଲା କି ତାଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ବାହୁରେ ‘ରାକେଶ ଲୋହଚର ମୃତ୍ୟୁ ପାଇଁ ଦାୟୀ’ ବୋଲି ବି ଲେଖାଥିବା ଦେଖିବାକୁ ମିଳିଥିଲା।
ଏହି ଘଟଣାକୁ ନେଇ ଡିଏସପି ସୁଲତାନ ସିଂହ କହିଛନ୍ତି, ଯେଉଁ କଏଦୀ ଆତ୍ମହତ୍ୟା କରିଛି ତାର ନାମ ବିଜୟ ବୋଲି ଜଣାପଡ଼ିଛି। ତେବେ ପୁଲିସ ଏହି ଘଟଣାର ଯାଞ୍ଚ କରୁଛି ଯିଏବି ଦୋ‌ଷୀ ବୋଲି ଚିହ୍ନଟ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe