ଜମିଜମା ବିବାଦରୁ ଗୃହରକ୍ଷୀଙ୍କୁ ହତ୍ୟା

ଜମିଜମା ବିବାଦରୁ ଗୃହରକ୍ଷୀଙ୍କୁ ହତ୍ୟା

ଜଟଣୀ: ଜମିଜମା ବିବାଦକୁ କେନ୍ଦ୍ର କରି କମିସନ୍‌ରେଟ୍‌ ପୁଲିସ ଅଧୀନରେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଜଣଙ୍କ ହେଲେ, ଜଟଣୀ ଥାନା ଅନ୍ତର୍ଗତ ପଦନପୁର ଗ୍ରାମର କାଳୁଚରଣ ପାଣ୍ଡିଆ ଓରଫ କାଳିଆ (୩୬)। ଆଜି ଅପରାହ୍‌ଣ ପ୍ରାୟ ୪ଟାରେ କାଳିଆ ନିଜ କ୍ଷେତକୁ ଯାଇଥିବା ବେଳେ ସେହି ଗ୍ରାମର ନିଧି ପାଣ୍ଡିଆ, ଝିଅ ଦୁଲେଇ ନିଜର କିଛି ସହଯୋଗୀଙ୍କ ସହ ମିଶି ଏକ ଖଣତିରେ ବାରମ୍ବାର ତାଙ୍କ ମୁହଁ, ମୁଣ୍ଡକୁ ଆକ୍ରମଣ କରି ଫେରାର୍‌ ହୋଇଯାଇଥିଲେ। କାଳିଆଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ। କିନ୍ତୁ ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ରାତି ପ୍ରାୟ ସାଢ଼େ ୭ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ କାଳିଆଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ଏହି ଖବର ପ୍ରଚାରିତ ହେବା ପରେ ପଦନପୁର ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଜଟଣୀ ଥାନା ଅଧିକାରୀ ସଞ୍ଜୀବ ମହାନ୍ତି, ଏସ୍‌ଆଇ ଦେବଦତ୍ତ ମଲ୍ଲିକ ଏବଂ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଫୋର୍ସ ସହ ଗ୍ରାମରେ ପହଞ୍ଚି ଥିଲେ। ଖବର ଲେଖା ହେଲା ପର୍ଯ୍ୟନ୍ତ ଥାନାରେ କୋଣସି ଲିଖିତ ଅଭିଯୋଗ ହୋଇନଥିଲା। ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ଫୋର୍ସ ମୁତୟନ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କାଳିଆ ଓ ତାଙ୍କ କୁଟୁମ୍ବ ନିଧି ପାଣ୍ଡିଆଙ୍କ ମଧ୍ୟରେ ଏକ ଜମିକୁ କେନ୍ଦ୍ର କରି ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe