The Independent
ନୂଆଦିଲ୍ଲୀ: କେବଳ ମହିଳା ନୁହନ୍ତି, ପୁରୁଷମାନେ ମଧ୍ୟ ଦେହ ବ୍ୟବସାୟକୁ ବିଭିନ୍ନ କାରଣରୁ ଆପଣାଉଛନ୍ତି। ମିଳିଥିବା ସୂଚନା ମୁତାବକ, ଭାରତର ରାଜଧାନୀ ଦିଲ୍ଲୀର ‘ଜିବି ରୋଡ’ଏହି କାରଣରୁ କୁଖ୍ୟାତ। ରାତି ୧୦ଟା ବାଜିବା ମାତ୍ରେ ଏହି ରାସ୍ତାରେ ପୁରୁଷ ଦେହଜୀବୀଙ୍କୁ ମହିଳାମାନେ ନିଜର ଯୌନ ସୁଖ ଲାଗି ଉଚିତ ମୂଳ୍ୟ ଦେଇ ସାଥିରେ ନେଇ ଯାଇଥାନ୍ତି ।
ଦିଲ୍ଲୀର ସରୋଜିନୀ ନଗର ଠାରୁ ଲାଜପତ ନଗର ଏବଂ ପଲିକା ବଜାର ଠାରୁ କମଳ ନଗର ମାକେର୍ଟ ପର୍ଯ୍ୟନ୍ତ ଅଞ୍ଚଳରେ ରାତି ୧୦ ବାଜିବା ମାତ୍ରେ ‘ଜିଗୋଲୋ ମାକେର୍ଟ’ ଆରମ୍ଭ ହୋଇଯାଇଥାଏ । ଧନୀକ ଶ୍ରେଣୀର ମହିଳାମାନେ ଦାମୀ ଗାଡିରେ ଆସି ରାତି ବିତାଇବା ପାଇଁ ନିଜ ପସନ୍ଦର ପୁରୁଷକୁ ବାଛି ନେଇଥାନ୍ତି । ଏହି ମାକେର୍ଟରେ ଅଧିକ ସଂଖ୍ୟାରେ କଳେଜ ଛାତ୍ରଙ୍କୁ ଦେଖିବାକୁ ମିଳେ। ଖାସ କରି ଇଂଜିନିୟରିଂ ଓ ମେଡିକାଲ ଏଣ୍ଟ୍ରାନସ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ର ନିଜର ଆର୍ଥିକ ଆବଶ୍ୟକତା ଲାଗି ଏହି କାର୍ଯ୍ୟ କରିଥାନ୍ତି । ଅନ୍ୟ କେତେକ ଛାତ୍ର ନିଜର ମନୋରଞ୍ଜନ ଓ ମସ୍ତି ପାଇଁ ଏହି କାର୍ଯ୍ୟରେ ଲିପ୍ତ ରହୁଥିବା ସୂଚନା ମିଳେ।
The Guardianଏହି କାର୍ଯ୍ୟ ପାଇଁ ଏକ ସ୍ୱତନ୍ତ୍ର ର୍ୟାକେଟ କାମ କରୁଛି । ପୁରୁଷ ଏସକଟ୍ କୁହାଯାଇ ପ୍ରଥମେ ଛାତ୍ରମାନଙ୍କୁ ଏହି ର୍ୟାକେଟ ଭିତରକୁ ଅଣାଯାଉଛି । ମହିଳାମାନେ ପୁରୁଷମାନଙ୍କୁ ଏହି କାର୍ଯ୍ୟ ପାଇଁ ଯେତେ ଟଙ୍କା ଦେଇଥାନ୍ତି ସେଥିରୁ ୨୦% ଏଜେଣ୍ଟ ନେଇଥାଏ । ଜିଗୋଲୋଙ୍କୁ ବୁକିଙ୍ଗ କରିବା ପାଇଁ ମହିଳାମାନେ ମୁଲଚାଲ କରିଥାନ୍ତି । ସୂତ୍ର ଅନୁଯାୟୀ, ଜିଗୋଲୋଙ୍କୁ ଏକ ଘଣ୍ଟା ପାଇଁ ୧୮୦୦ ରୁ ୩୦୦୦ ଟଙ୍କା ମିଳୁଥିବା ବେଳେ, ରାତି ବିତାଇବା ପାଇଁ ୮୦୦୦ ଟଙ୍କା ମିଳିଥାଏ । ମାକେର୍ଟରେ ଜିଗୋଲୋଙ୍କୁ ଚିହ୍ନିବା ପାଇଁ ସେମାନଙ୍କ ସ୍ୱତନ୍ତ୍ର ଡ୍ରେସକୋଡ୍ ରହିଛି । ସେମାନେ କଳା ପ୍ୟାଣ୍ଟ ସହ ଧଳା ଟି-ସାର୍ଟ ପିନ୍ଧିଥାନ୍ତି । ତାଙ୍କୁ ସହଜରେ ଚିହ୍ନିବା ପାଇଁ ସେମାନେ ବେକରେ ଲମ୍ବା ରୁମାଲ ମଧ୍ୟ ବାନ୍ଧିଥାନ୍ତି।
Follow Us