ପୁଲିସ ଚିପ୍‌ ଲଗାଇ ରେକର୍ଡ କଲା ସ୍ପା ସେଣ୍ଟରର ଭିତିରି କଥା, ଖୋଲିଲା ଆଶ୍ଚର୍ଯ୍ୟଜନକ ଗୁମର

Advertisment
ପୁଲିସ ଚିପ୍‌ ଲଗାଇ ରେକର୍ଡ କଲା ସ୍ପା ସେଣ୍ଟରର ଭିତିରି କଥା, ଖୋଲିଲା ଆଶ୍ଚର୍ଯ୍ୟଜନକ ଗୁମର

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ସ୍ପା ସେଣ୍ଟରରେ ସ୍ପା ନାମରେ ବିଭିନ୍ନ ଅନୈତିକ କାରନାମା ଚାଲିଥାଏ ବୋଲି ଘଟଣାମାନ ସାମ୍ନାକୁ ଆସିଛି। ତେବେ ନିକଟରେ ସ୍ପା ସେଣ୍ଟରକୁ ନେଇ ଏକ ଗୁମର ଖୋଲିଛି ପୁଲିସ। ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ପୁଲିସ ଇଲୋକ୍ଟ୍ରନିକ୍‌ ଚିପ୍‌ ଜରିଆରେ ଏକ ସ୍ପା ସେଣ୍ଟର ଭିତରର ଆଶ୍ଚର୍ଯ୍ୟଜନକ ଗୁମର ଖୋଲିଛି।

ସୂଚନାଯୋଗ୍ୟ, ସିମଲା ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା କି ମାଲ ରୋଡ ନିକଟରେ ଥିବା ଏକ ସ୍ପା ସେଣ୍ଟରରେ ଅନୈତିକ କାର୍ଯ୍ୟ ଚାଲୁଛି ବୋଲି। ଏହାପରେ ପୁଲିସ ସତ୍ୟତା ଜାଣିବା ପାଇଁ ନିଜ ଜାଲ ବିଛାଇ ଥିଲା। ପୁଲିସ ପ୍ରଥମେ ସାଧା ପୋଷାକରେ ଜଣେ ଯୁବକକୁ ସ୍ପା ସେଣ୍ଟର ଭିତରକୁ ପଠାଇଥିଲା। ଯୁବକକୁ ଭିତରକୁ ପଠାଇବା ପୂର୍ବରୁ ପୁଲିସ ଉକ୍ତ ଯୁବକ ପୋଷାକରେ ଇଲୋକ୍ଟ୍ରିନିକ୍‌ ଚିପ୍‌ ଫିଟ୍‌ କରି ଦେଇଥିଲା, କାରଣ ସ୍ପା ସେଣ୍ଟର ଭିତରେ କ’ଣ ଚାଲିଛି ତାହା ବାହାରକୁ ଆସିପାରିବ। ଯୁବକ ସ୍ପା ସେଣ୍ଟର ଭିତରକୁ ଯିବା ପରେ ତା’ଭିତରେ ଦେହବ୍ୟବସାୟ ଚାଲିଥିବା କଥା ପୁଲିସ ଜାଣିବାକୁ ପାଇଥିଲେ। ଏହାପରେ ତୁରନ୍ତ ପୁଲିସ ଉକ୍ତ ସ୍ପା ସେଣ୍ଟର ଉପରେ ଚଢ଼ାଉ ଆରମ୍ଭ କରିଥିଲା।

ପୁଲିସ ଘଟଣାସ୍ଥଳରୁ ୬ ଯୁବତୀକ ସହିତ ୮ଜଣ ଯୁବକଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ଜଣେ ଯୁବତୀ ବିଦେଶିନୀ ବୋଲି କୁହାଯାଉଥିବା ବେଳେ ଆଉ ୩ଜଣ ଦିଲ୍ଲୀର ଓ ଅନ୍ୟ ୩ଜଣ ମଣିପୁରର ବୋଲି ଜଣାପଡ଼ିଛି। ପୁଲିସ ସ୍ପା ସେଣ୍ଟର ମ୍ୟାନେଜରଙ୍କୁ ବି ଗିରଫ କରି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe