ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ମାରିଲେ ଗ୍ରାମବାସୀ

Advertisment
ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ମାରିଲେ ଗ୍ରାମବାସୀ

ପୁନେ:ମହାରାଷ୍ଟ୍ରର ପୁନେ ଜିଳ୍ଲାର ଅଉନ୍ଧେ ଗ୍ରାମର ଏକ ଦମ୍ପତିଙ୍କୁ ଗୁଣି ଗାରେଡି ସନ୍ଦେହରେ ଗ୍ରାମବାସୀମାନେ ହତ୍ୟା କରିଥିବା ଘଟଣା ସେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ମାମଲାରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଏ ଯାଏଁ ଗିରଫ କରିଥିବା ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ୫୫ ବର୍ଷ ବୟସ୍କ ନାବାସୁ ବାଘ୍‌ମାରେ ଓ ତାଙ୍କ ପତ୍ନୀ ୫୦ବର୍ଷ ବୟସ୍କ ଲୀଳା ବାଈ ମୁକାନେ ଅଭନ୍ଧେ ଗ୍ରାମରେ ରହୁଥିଲେ। ଗ୍ରାମବାସୀମାନେ ସନ୍ଦେହ କରୁଥିଲେ ଯେ ନିଜର ପିଲାମାନଙ୍କୁ ମାଆ ଲୀଳା ବାଈ ଗୁଣି ଗାରେଡ଼ି କରି ମାରି ଦେଇଥିଲେ। ଗତକାଲି ରାତିରେ ଗ୍ରାମବାସୀମାନେ ଧାରୁଆ ଅସ୍ତ୍ର ଧରି ଲୀଳା ବାଈଙ୍କ ଘରେ ପହଞ୍ଚିଥିଲେ। ସେମାନେ ସ୍ୱାମୀ ନାବାସୁ ଓ ସ୍ତ୍ରୀ ଲୀଲା ବାଇଙ୍କୁ ନୃଶଂସ ଭାବେ ମାରି ଦେଇଥିଲେ। ଏହି ଘଟଣା ଘଟିବା ପରେ ଲୀଲାବାଇଙ୍କ ପୁଅ ରାଜୁ ଥାନାରେ ଏତଲା ଦେଇଥିଲେ।

publive-image
ଖୋଦ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାପରେ ଜାଇତୁ ଚିନ୍ଦୁ ବୋରକର,ଲକ୍ଷ୍ମଣ ଚିନ୍ଦୁ ବୋରକାର ଓ ବବନ୍‌ ଏକନାଥ ମୁକାନଙ୍କୁ ସନ୍ଦେହ କରିଥିଲା। ତା’ପରେ ଜାଇତୁ ଓ ବବନଙ୍କୁ ଗିରଫ କରିଥିଲା,ମାତ୍ର ଲକ୍ଷ୍ମଣ ଏବେ ବି ଫେରାର୍‌ ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe