ଲକ୍‌ଡାଉନ୍‌ ସମୟରେ ଦିଲ୍ଳୀରେ ରହି କମ୍ପାନି ଟଙ୍କା ଖର୍ଚ୍ଚ କରିଥିବାରୁ ଅପହରଣ କରି ଗୁପ୍ତାଙ୍ଗରେ ସାନିଟାଇଜର୍‌ ଢାଳି ଦେଲେ ମାଲିକ

ବନ୍ଧୁତାରେ ଦେଲେ ବିଷ: ସାଙ୍ଗକୁ ଡାକି କଲେ ଅପହରଣ

timesnow

ପୁଣେ: ଲକ୍‌ଡାଉନ୍ ସମୟରେ ପୁଣେର ଜଣେ ବ୍ୟକ୍ତି ଦିଲ୍ଳୀରେ ରହି କମ୍ପାନିର ଟଙ୍କା ଖର୍ଚ୍ଚ କରିଥିବା ହେତୁ କମ୍ପାନିର ମାଲିକ ଜଣେ କର୍ମଚାରୀଙ୍କୁ ଅପହରଣ କରି ନେଇ ତାଙ୍କ ଗୁପ୍ତାଙ୍ଗରେ ସାନିିଟାଇଜର୍‌ ଢାଳି ଦେଇଥିବା ଅଭିଯୋଗ ହୋଇଛି। ୩୦ ବର୍ଷିଅ ବ୍ୟକ୍ତି ଜଣକ ଲକ୍‌ଡାଉନ୍‌ ସମୟରେ ଦିଲ୍ଲୀରେ ରହି କମ୍ପାନି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଦାବି କରି କମ୍ପାନି ମାଲିକ ଏପରି କରିଥିବା ଜାଣିବାକୁ ମିଳିଛି।

ଜୁନ୍‌ ୧୩-୧୪ ତାରିଖରେ ଦିଲ୍ଳୀ‌ଠାରେ ଥିବା ଅବସ୍ଥାରେ କର୍ମଚାରୀ ଜଣକ କମ୍ପାନି ଖାତାରୁ ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଜୁଲାଇ ୨ ତାରିଖରେ ମାମଲା ରୁଜୁ ହୋଇଛି।

publive-image
Times of India

ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ବ୍ୟକ୍ତି ଜଣଙ୍କୁ ୩ ଜଣ ମିଶି ଅପହରଣ କରିଥିଲେ। ସେହି ୩ ଜଣଙ୍କ ଭିତରେ ତାଙ୍କ ମାଲିକ ମଧ୍ୟ ଥିଲେ।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ପୀଡ଼ିତ ଜଣକ କମ୍ପାନିର ମ୍ୟାନେଜର୍‌ ଭାବେ କାମ କରୁଥିଲେ। ସେ ଲକ୍‌ଡାଉନ୍‌ ସମୟରେ ଦିଲ୍ଲୀରେ ଥିଲେ। ସେଠାରେ ସେ କମ୍ପାନିର ଟଙ୍କାରୁ ମୋଟା ରକମର ଅର୍ଥ ଖର୍ଚ୍ଚ କରିଥିଲେ।

ମେ ୭ ତାରିଖରେ ସେ ପୁଣେ ଫେରିବା ପରେ କମ୍ପାନିର ମାଲିକଙ୍କ ସହ ଆଉ ଜଣ ମିଶି ତାଙ୍କୁ ଏକ ଘରେ ବନ୍ଦୀ କରି ତାଙ୍କ ଗୁପ୍ତାଙ୍ଗରେ ସାନିଟାଜର୍‌ ଢାଳି ଦେଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏଯାବତ୍‌ କାହାରିିକୁ ଗିରଫ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe