ସାଙ୍ଗ ସହିତ ବୁଲିବାକୁ ଯାଇଥିବା୍ ବେଳେ ଯୁବତୀ ଗଣଦୁଷ୍କର୍ମର ଶିକାର

Advertisment

ବିଳମ୍ବିତ ରାତିରେ ଯୁବତୀ ସାଙ୍ଗ ସହିତ ଫେରୁଥିବା ବେଳେ ହେଲେ ଗଣଦୁଷ୍କର୍ମର ଶିକାର। ପୁଣେ ପୁଲିସ ଏବଂ କ୍ରାଇମ ବ୍ରାଞ୍ଚର ଏକ ଟିମ ଦୁଷ୍କର୍ମକାରୀଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରି ଦେଇଛି।

ବିଳମ୍ବିତ ରାତିରେ ଯୁବତୀ ସାଙ୍ଗ ସହିତ ଫେରୁଥିବା ବେଳେ ହେଲେ ଗଣଦୁଷ୍କର୍ମର ଶିକାର। ପୁଣେ ପୁଲିସ ଏବଂ କ୍ରାଇମ ବ୍ରାଞ୍ଚର ଏକ ଟିମ ଦୁଷ୍କର୍ମକାରୀଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରି ଦେଇଛି।

sde


ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ ଜଣେ ଯୁବତୀ ସାଙ୍ଗଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସାଙ୍ଗ ପୀଡ଼ିତାଙ୍କୁ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ବିଳମ୍ବିତ ରାତିରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ଜାଣି ପୁଲିସକୁ ଖବର ଦେଇଥିଲେ। 

ଏହି ଖବର ପାଇବା ପରେ ପୁଲିସ ଟିମ୍ ଡାକ୍ତରଖାନାରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ପୁଣେ ପୁଲିସର ସୂଚନାନୁସାରେ ପୀଡିତା ଓ ତାଙ୍କ ସାଙ୍ଗ କଲେଜ ଛାତ୍ରୀ।  ପୀଡିତା ଜଲଗ୍ରାମର ବାସିନ୍ଦା ହୋଇଥିବାବେଳେ ତାଙ୍କ ସାଙ୍ଗ ସୁରଟରେ ବସବାସ କରନ୍ତି। ଦୁହେଁ ସମାନ କଲେଜରେ ପାଠପଢ଼ନ୍ତି। ଗତକାଲି ପୀଡ଼ିତା ଓ ତାଙ୍କ ସାଙ୍ଗ ଦୁହେଁ କୌଣସି କାମରେ ଯାଇଥିବା ବେଳେ ଫେରୁଫେରୁ ରାତି ହୋଇଯାଇଥିଲା।

ଏହି ସମୟରେ ବାଟରେ  ତିନିଜଣ ଯୁବକ ଦୁଇଯୁବତୀଙ୍କୁ ଘେରି ଯାଇଥିଲେ। ପୀଡ଼ିତା ଜଣକ ଉକ୍ତ ଯୁବକମାନଙ୍କୁ ଗାଳିଗୁଲଜ କରିବାରୁ ସେମାନେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ସାଙ୍ଗ ଏସବୁ ଆଖି ସାମ୍ନାରେ ଦେଖୁଥିବା ବେଳେ ଭୟରେ କିଛି କହି ନଥିଲେ। ଘଟଣା ଘଟାଇ ଦୁଷ୍କର୍ମକାରୀମା‌ନେ ଘଟଣାସ୍ଥଳରୁ ଚାଲିଯିବା ପରେ ପୀଡ଼ିତାଙ୍କ ସାଙ୍ଗ ସ୍ଥାନୀୟଲୋକଙ୍କୁ ସାହାଯ୍ୟ ମାଗି ହସ୍ପିଟାଲରେ ଭର୍ତ୍ତି କରାଇଥିଲା।

ପୁଣେ ପୁଲିସ ଏବଂ କ୍ରାଇମ ବ୍ରାଞ୍ଚ ଏକ ଟିମ ଗଠନ କରି ଘଟଣାସ୍ଥଳର ଆଖପାଖ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଅଧାର କରି ଦୁଷ୍କର୍ମକାରୀଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରି ଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe