୩୮୮ଟଙ୍କାର ନେଲପଲିସ୍‌ ପାଇଁ ସପ୍ଟୱୟାର୍‌ ଇଞ୍ଜିନିୟର୍‌ଙ୍କୁ ହରାଇବାକୁ ପଡ଼ିଛି ୯୨,୪୪୬ଟଙ୍କା

Advertisment
୩୮୮ଟଙ୍କାର ନେଲପଲିସ୍‌ ପାଇଁ ସପ୍ଟୱୟାର୍‌ ଇଞ୍ଜିନିୟର୍‌ଙ୍କୁ ହରାଇବାକୁ ପଡ଼ିଛି ୯୨,୪୪୬ଟଙ୍କା

bhaskarhindi.com

ପୁଣେ: ପୁଣେର ଜଣେ ୨୫ ବର୍ଷୀୟ ମହିଳା ସପ୍ଟଟୱୟାର୍‌ ଇଞ୍ଜିନିୟର୍‌ଙ୍କୁ ଅନଲାଇନ୍‌ ଇ-କମର୍ସ ୱେବସାଇଟରୁ ୩୮୮ ଟଙ୍କାର ନେଲ୍‌ପଲିସ୍‌ କିଣିବା ମହଙ୍ଗା ପଡ଼ିଛି। ମାତ୍ର ୩୮୮ଟଙ୍କାର ନେଲପଲିସ ପାଇଁ ମହିଳାଙ୍କୁ ୯୨, ୪୪୬ ଟଙ୍କା ହରାଇବାକୁ ପଡ଼ିଛି। ଅର୍ଥାତ୍‌ ମହିଳା ଅନଲାଇନ୍‌ ଇ-କମର୍ସ ୱେବସାଇଟରୁ ନେଲପଲିସ୍‌ କିଣିବା ସମୟରେ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଏନେଇ ମହିଳା ଜଣକ ଶନିବାର ପୁଲିସରେ ଏକ ସାଇବର୍‌ ଠକେଇ ମାମଲା ଦାୟର କରିଛନ୍ତି। ପୁଲିସ ଦୁଇଜଣଙ୍କ ବିରୋଧରେ ଆପିସି ଓ ସୂଚନା ଓ ଅଧିକାରୀ ଆଇନ୍‌ ଅନୁସାରେ ମାମଲା ରୁଜୁ କରିଛି। ପୁଲିସ ମହିଳାଙ୍କ ଅଭିଯୋଗ କ୍ରମେ ଏହି ଘଟଣାକୁ ନେଇ ଯାଞ୍ଚ ଆରମ୍ଭ କରି ଦେଇଛି।

ପୁଲିସର କହିବାନୁସାରେ, ଡିସେମ୍ବର ୧୭ରୁ ୩୦ ତାରିଖ ମଧ୍ୟରେ ଏହି ଘଟିଥିବା ଜଣାପଡ଼ିଛି। ପ୍ରଥମେ ମହିଳା ଜଣକ ଡିସେମ୍ବର ୧୭ ତାରିଖରେ ତାଙ୍କ ସ୍ମାର୍ଟଫୋନ୍‌ରେ ଥିବା ଇ-କମର୍ସ ସାଇଟରୁ ୩୮୮ ଟଙ୍କା ପେମେଣ୍ଟ କରି ଗୋଟିଏ ନେଲପଲିସ୍‌ ମଗାଇଥିଲେ। କିନ୍ତୁ  ନିର୍ଦ୍ଧାରିତ ସମୟରେ ନେଲପଲିସ୍‌ ଡେଲିଭରି ନହେବାରୁ ସେ ଅନଲାଇନ୍‌ ସାଇଟ୍‌ରେ ଥିବା କଷ୍ଟମର କେୟାର୍‌ ନମ୍ବରକୁ ଫୋନ୍‌ କରିଥିଲେ।

Cyber Fraud : पुणे की एक सॉफ्टवेयर इंजीनियर को 388 रुपए के नेल पॉलिश के लिए चुकाने पड़े 92,446 रुपए bhaskarhindi.com

ଫୋନ୍‌ରେ ଥିବା କଷ୍ଟମର କେୟାର୍‌ ବ୍ୟକ୍ତି ଜଣକ କମ୍ପାନି ପେମେଣ୍ଟ ରିସିଭ୍‌ କରିନାହିଁ ବୋଲି ତାଙ୍କ ଅର୍ଡର ଡେଲିଭରି ହୋଇନାହିଁ ବୋଲି କହିଥିଲେ। ଏହାପରେ ଫୋନ୍‌ରେ ଥିବା ବ୍ୟକ୍ତି ମହିଳାଙ୍କୁ ତାଙ୍କ ଟଙ୍କା ଫେରାଇ ଦେବାକୁ କହି ଆଶ୍ୱସନା ଦେଇ ଫୋନ୍‌ ନମ୍ବର ମାଗିଥିଲେ।

ମହିଳା ଜଣକ ଯେମିତି ହିଁ ଫୋନ୍‌ ନମ୍ବର ଦେଇଥିଲେ କିଛି କ୍ଷଣ ମଧ୍ୟରେ ୫ଟି ଟ୍ରାନ୍‌ଜାକ୍‌ସନ୍‌ରେ ତାଙ୍କ ଆକାଉଣ୍ଟରୁ ୯୦,୯୪୬ ଟଙ୍କା ଖାଲି ହୋଇଯାଇଥିବା ନେଇ ତାଙ୍କ ଫୋନ୍‌କୁ ମେସେଜ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe