ପୁଣେ ଦୁଷ୍କର୍ମ ଘଟଣା: ରାଗରେ ମିଥ୍ୟା ଆରୋପ ଲଗାଇଥିବା ସ୍ବୀକାର କଲେ ମହିଳା

jHDWJ

ପୁଣେ: ପୁଣେ ଦୁଷ୍କର୍ମ ମାମଲାରେ ଆସିଲା ନୂଆ ମୋଡ଼। ଦୁଷ୍କର୍ମ ହୋଇନଥିଲେ ବି ରାଗରେ ମହିଳାଜଣକ ଦୁଷ୍କର୍ମ ଆରୋପ ଲଗାଇଥିଲେ ବୋଲି ସାମ୍ନାକୁ ଆସିଛି। ସବୁଠୁ ବଡ଼ କଥା ହେଲା ଆରୋପ ଲାଗିଥିବା ବ୍ୟକ୍ତିଜଣକ ହେଲେ ମହିଳାଙ୍କ ବନ୍ଧୁ। ସେ କିଛି ବର୍ଷ ହେଲାଣି ପରସ୍ପରକୁ ଜାଣିଥିଲେ ଏବଂ ପରସ୍ପର ସହ ଶାରୀରିକ ସମ୍ପର୍କ ରଖୁଥିଲେ।  

ସପ୍ଟୱେର ଇଞ୍ଜିନିୟର ଥିବା ମହିଳା ଏଭଳି କାହିଁକି କଲେ ସେ ପ୍ରଶ୍ନ ସମସ୍ତଙ୍କ ମନ‌ରେ ଥିବା ବେଳେ ଏବେ ପୁଲିସ ପୂରା ଘଟଣା ବିଷୟରେ ଜଣାଇଛି। ପୁଲିସର କହିବା ମୁତାବକ, ଦୁଇଜଣ ପ୍ରଥମେ ଏକ କାର୍ଯ୍ୟକ୍ରମରେ ଦେଖା ହୋଇଥିଲେ ଏବଂ ପରସ୍ପରର ବନ୍ଧୁ ହୋଇଯାଇଥିଲେ। ଅଭିଯୁକ୍ତ, ମହିଳାଙ୍କ ବାସଭବନରେ ପାର୍ସଲ ପହଞ୍ଚାଉଥିଲେ ଏବଂ ମହିଳାଙ୍କ ପରିବାର ବାହାରେ ଥିବା ବେଳେ ସେ ଘରକୁ ଯାଉଥିଲେ। ଘଟଣା ଦିନ ଘରେ କେହି ନଥିବାରୁ ଅଭିଯୁକ୍ତ ଘରକୁ ଆସିଥିବା ବେଳେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହିଁଥିଲେ। କିନ୍ତୁ ମହିଳାଙ୍କ ଇଚ୍ଛା ନଥି‌ଲା। ଏହା ସତ୍ତ୍ବେ ବି ସେ ବାଧ୍ୟ କରିବାରୁ ରାଗରେ ମହିଳା ପୁଲିସକୁ ଫୋନ କରି ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିଲେ।

ଏହା ପୂର୍ବରୁ ମହିଳାଜଣକ ଅଭିଯୋଗ କରିଥିଲେ ଯେ, ଜଣେ ଡେଲିଭରୀ ବଏ ଘରେ କେହି ନଥିବା ଦେଖି ମୋ ସହ ଦୁଷ୍କର୍ମ କରିଥିଲେ। ଏହା ପରେ ମୋ ସହ ସେଲଫି ନେଇ ପୁୁଣି ଫେରିବି ବୋଲି କହି ଚାଲିଯାଇଥିଲେ। କିନ୍ତୁ ଅଭିଯୁକ୍ତ ଗିରଫ ହେବା ପରେ ଜଣାପଡ଼ିଥିଲା ଯେ, ମହିଳାଜଣକ ହିଁ ସେଲଫି ନେଇଥିଲେ। ଏବେ ଏହି ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe