ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

Advertisment

୨୦୧୫ରେ ଝାରପୋଖରିଆ ଥାନା ଅଞ୍ଚଳରେ ଘଟିଥିଲା ମାମଲା

୨୦୧୫ରେ ଝାରପୋଖରିଆ ଥାନା ଅଞ୍ଚଳରେ ଘଟିଥିଲା ମାମଲା

ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ବାରିପଦା: ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ(୧) ପ୍ରବୀର କୁମାର ଚୌଧୁରୀ ଅଭିଯୁକ୍ତ ସ୍ବାମୀକୁ ଦଫା ୩୦୨ରେ ଆଜୀବନ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି। ଆଜୀବନ କାରାଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ହେଉଛନ୍ତି ଝାରପୋଖରିଆ ଥାନା ଅନ୍ତର୍ଗତ ମହୁଲବରେଇ ଗ୍ରାମର ହାଡ଼ିବନ୍ଧୁ ସିଂ(୭୧)।

୨୦୧୫  ସେପ୍ଟେମ୍ବର୧୧ରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତ ହାଡ଼ିବନ୍ଧୁ ତାଙ୍କ ପତ୍ନୀ ବାସନ୍ତୀ ସିଂ’ଙ୍କ ସହିତ ଗୋଟିଏ ଘରେ ରହୁଥିଲେ। ମାତ୍ର କୌଣସି କାରଣବଶତଃ ବାସନ୍ତୀଙ୍କୁ ଅଭିଯୁକ୍ତ ଜଣଙ୍କ କୋଦାଳରେ ଆକ୍ରମଣ କରିବା ସହିତ ପଥରରେ ଛେଚି ମାରିଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୁକ୍ତଙ୍କ ଜ୍ବାଇଁ ଅଜୟ କୁମାର କଲିଆ ଝାରପୋଖରିଆ ଥାନାରେ ଅଭିଯୋଗ କରିବା ପରେ କେସ୍ ନଂ-୧୧୨/୧୧-୯-୨୦୧୫ ମୂଳେ ଏକ ମାମଲା ରୁଜୁ ହୋଇଥିଲା।

ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀ ଏକାଠି ରହୁଥିବାବେଳେ ସେମାନଙ୍କର ସନ୍ତାନ ଅଲଗା ରହୁଥିବା ଜଣାପଡ଼ିଛି। ହାଡ଼ିବନ୍ଧୁକୁ ବିଚାରପତି ଆଜୀବନ କାରାଦଣ୍ଡ ସହିତ ୫ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲରେ ରହିବାକୁ ରାୟରେ ଉଲ୍ଲେଖ ରହିଛି। ଏହି ମାମଲାରେ ୧୭ଜଣ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରିଥିବାବେଳେ ୯ଟି ମ୍ୟାଟେରିଆଲ୍ ଅବଜେକ୍ଟ୍ କୋର୍ଟରେ ଦାଖଲ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲା ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଦାସ ମାମଲା ପରିଚାଳନା କରୁଥିଲେ। ଆସାମୀଙ୍କ ପକ୍ଷରୁ ମୃତ୍ୟୁଞ୍ଜୟ ସିଂ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe