ଅଲଗା ଜାତିରେ ବିବାହ କରିବାରୁ ଦମ୍ପତ୍ତିଙ୍କୁ ଗୋବର ଓ ପରିଶ୍ରା ପିଇବାର ଦଣ୍ଡ ଦେଲା ପଞ୍ଚାୟତ, ତା’ ପରେ...

ଅଲଗା ଜାତିରେ ବିବାହ କରିବାରୁ ଦମ୍ପତ୍ତିଙ୍କୁ ଗୋବର ଓ ପରିଶ୍ରା ପିଇବାର ଦଣ୍ଡ ଦେଲା ପଞ୍ଚାୟତ, ତା’ ପରେ...

timesnownews.com

ଝାନ୍ସି: ସମାଜରେ ଜାତି ଓ ଧର୍ମକୁୁ ନେଇ ହେଉଥିବା ବିବାଦକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ଆଇନ ପ୍ରଣୟନ କରାଯାଇଥିବା ବେଳେ ଝାନ୍ସିରେ ଘଟିଥିବା ଏକ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟ ଜାତିରେ ବିବାହ କରିବାରୁ ଦଣ୍ଡ ଦେବାକୁ ଯାଇ ଦମ୍ପତ୍ତିଙ୍କୁ ଗୋବର ଓ ପରିଶ୍ରା ପିଇବାକୁ କହିଥିଲା ଖାପ୍ ପଞ୍ଚାୟତ। ତେବେ ପଞ୍ଚାୟତର ଏଭଳି ଆଦେଶକୁ ମାନିବା ପରିବର୍ତ୍ତେ ପୁଲିସରେ ଅଭିଯୋଗ କରିଥିଲେ ଦମ୍ପତ୍ତି। ଏବେ ପଞ୍ଚାୟତର ସଦସ୍ୟମାନଙ୍କ ବିରୋଧରେ ଏତଲା ଲେଖି ତଦନ୍ତ କରୁଛି ପୁଲିସ।

ଦମ୍ପତ୍ତିଙ୍କ କହିବା ମୁତାବକ, ଗତବର୍ଷ ଆମେ ଦୁହେଁ ବିବାହ କରିଥିଲୁ। ପରିବାରର ସହମତିରେ ଆମେ ବିବାହ କରିଥିଲେ ମଧ୍ୟ ସ୍ଥାନୀୟ ଲୋକେ ଆମ ଦୁଇ ଜଣଙ୍କର ଜାତି ଅଲଗା ଅଲଗା ହୋଇଥିବାରୁ ଏହାକୁ ବିରୋଧ କରି ଆମ ବିବାହରେ ଯୋଗ ଦେଇ ନଥିଲେ। ଏହା ସହ ଆମକୁ ସମାଜରୁ ବାସନ୍ଦ କରିବା ପାଇଁ ଧମକ ମଧ୍ୟ ଦେଇଥିଲେ। କିଛି ଦିନ ପରେ ଖାପ୍ ପଞ୍ଚାୟତର ସଦସ୍ୟମାନେ ଆମକୁ ଡ଼ାକି ୫ଲକ୍ଷ ଟଙ୍କା ଦିଅ ନହେଲେ ଦଣ୍ଡ ଆକାରରେ ଗୋବର ଓ ପରିଶ୍ରା ପିଅ ବୋଲି ବୋଲି ଆଦେଶ ଦେଇଥିଲେ। ଆମେ ଆଦେଶକୁ ମାନିବାକୁ ମନା କରିବା ସହ ଜିଲ୍ଲାପାଳଙ୍କୁ ଏ ବିଷୟରେ ଜଣାଇଥିଲୁ। ଯାହା ପରେ ସେ ପୁଲିସକୁ ଏ ବିଷୟରେ ତଦନ୍ତ କରିବା ନେଇ ଦାୟିତ୍ବ ଦେଇଥିଲେ।

Image result for 'Punishment' for inter-caste marriage The Hans India

ଏବେ ଆମକୁ ଗୋବର ଓ ପରିଶ୍ରା ପିଇବାକୁ କହିଥିବା ପଞ୍ଚାୟତର ସଦସ୍ୟମାନଙ୍କ ନାଁରେ ଏତଲା ଲେଖାଯିବା ସହ ଆମକୁ ପୁଲିସ ସୁରକ୍ଷା ଯୋଗାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe