ବିଷାକ୍ତ ମଦ ପିଇ ୨୧ଜଣଙ୍କ ମୃତ୍ୟୁ

Advertisment
ବିଷାକ୍ତ ମଦ ପିଇ ୨୧ଜଣଙ୍କ ମୃତ୍ୟୁ

ଅମୃତସର: ପଞ୍ଜାବର ଅମୃତସର ଅନ୍ତର୍ଗତ ବଟାଲା ଏବଂ ତରନତାରନରେ ବିଷାକ୍ତ ମଦ ପିଇ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ବିଷାକ୍ତ ମଦ ତିଆରି କରୁଥିବା କିଛି ଲୋକଙ୍କୁ ଗିରଫ କରିଛି। ଏହି ଘଟଣାର ତଦନ୍ତ ଲାଗି  ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି। ଏହି ଏସ୍‌ଆଇଟି ବିଷାକ୍ତ ମଦ ତିଆରି କରିବା ଘଟଣାର ଯାଞ୍ଚ କରିବ।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପଞ୍ଜାବ ଡିଜିପି ଦିନକର ଗୁପ୍ତା କହିଛନ୍ତି ଯେ, ଜୁନ୍‌ ୨୯ ତାରିଖ ରାତିରେ ମୁଚ୍ଛଲ ଓ ତଙ୍ଗ୍ରାରେ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଥିଲା। ଜୁଲାଇ ୩୦ ତାରିଖ ସନ୍ଧ୍ୟାରେ ମୁଚ୍ଛଲରେ ସନ୍ଦେହଜନକ ପରିସ୍ଥିତିରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତିକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ମୁଚ୍ଛଲ ଗ୍ରାମରେ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ବଟାଲା ସହରରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ପୁଣି ଥରେ ବଟାଲାରେ ୫ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଥାତ ବଟାଲାରେ ବିଷାକ୍ତ ମଦ ପିଇ ଏଯାବତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ତରନତାରନରେ ୪ଜଣଙ୍କ ମୃତ୍ୟୁ ଘଟିଛି।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏକ ମାଜିଷ୍ଟ୍ରେଟସ୍ତରୀୟ ଯାଞ୍ଚର ନିର୍ଦ୍ଦେଶ ଦେଇଛନ୍ତି। ଏହି ଯାଞ୍ଚ ଦାୟିତ୍ୱ ଜଳନ୍ଧର ଡିଭିଜନାଲ କମିଶନରଙ୍କୁ ଦିଆଯାଇଛି। ତଦନ୍ତରେ ଯେଉଁମାନେ ବି ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର କହିଛନ୍ତି। ବିଷାକ୍ତ ମଦ ମାମଲାରେ ସମ୍ପୃକ୍ତ ଥିବା ନେଇ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe