ବିଜେପି ନେତାଙ୍କ ନାଁରେ ସାଂଘାତିକ ଅଭିଯୋଗ: ୩୨ବର୍ଷ ଧରି ମହିଳାଙ୍କୁ କରୁଥିଲେ ଦୁଷ୍କର୍ମ

ବିଜେପି ନେତାଙ୍କ ନାଁରେ ସାଂଘାତିକ ଅଭିଯୋଗ: ୩୨ବର୍ଷ ଧରି ମହିଳାଙ୍କୁ କରୁଥିଲେ ଦୁଷ୍କର୍ମ

intoday

ଚଣ୍ଡୀଗଡ଼: ପୁଣି ଭାରତୀୟ ଜନତା ପାର୍ଟିକୁ ଲାଗିଛି ଏକ ଶକ୍ତ ଧକ୍କା। ଏହା ତଥାକଥିତ ସ୍ୱଚ୍ଛ ଭାବମୂର୍ତ୍ତି ଉପରେ ଲାଗିଛି କଳାଦାଗ। ପଞ୍ଜାବର ଗୁରୁଦାସପୁର ନିର୍ବାଚନ ମଣ୍ଡଳୀରେ ହେଉଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ପ୍ରାର୍ଥ ସ୍ୱରନ୍‌ ସାଲାରିଆଙ୍କ ନାମରେ ଆସିଛି ଦୁଷ୍କର୍ମ ଅଭିଯୋଗ। ପୁଣି ଥରେ ଦିଥର ନୁହେଁ, ବିବାହର ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଦୀର୍ଘ ୩୨ବର୍ଷ ଧରି କାମବାସନାର ଶିକାର କରି ଆସିଥିବା ଅଭିଯୋଗ ହୋଇଛି।

ଏହି ମାମଲା ବିଜେପି ଲାଗି ଅଡୁଆ ବଢ଼ାଇଛି। କାରଣ ଅଭିଯୋଗକାରିଣୀ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କାରଣ ସେ ଶୀର୍ଷ ଅଦାଲତଙ୍କୁ ଜଣାଇଛନ୍ତି କି ସ୍ୱରନ୍‌ ସାଲାରିଆ ବିବାହ ପ୍ରଲୋଭନ ଦେଖାଇ ତାଙ୍କୁ ଯୌନ ଶୋଷଣ କରିଛନ୍ତି। ଏଥିସହ ସେ ସ୍ୱରନ୍‌ଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଅନେକ ଫଟୋ ମଧ୍ୟ ଗଣମାଧ୍ୟମକୁ ଦେଇଛନ୍ତି। ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

publive-image

ମିଳିଥିବା ରିପୋର୍ଟ ଅନୁସାରେ, ଏହି ଅଭିଯୋଗକାରିଣୀଙ୍କ ୧୯୮୨ ମସିହାରେ ସ୍ୱରନ୍‌ଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ସେ ମହିଳାଙ୍କୁ ବିବାହ କରିବେ ବୋଲି କହି ଶାରୀରିକକୁ ସମ୍ପର୍କ ସ୍ଥାପନ କରିଥିଲେ। ଏହି ଶାରୀରିକ ସମ୍ପର୍କ ୨୦୧୪ ପର୍ଯ୍ୟନ୍ତ ଜାରି ରହିଥିଲା । ତେବେ ୨୦୧୪ରେ ସ୍ୱରନ୍‌ ତାଙ୍କୁ ବିବାହ କରିପାରିବେ ନାହିଁ ବୋଲି ମହିଳାଙ୍କୁ ଜଣାଇଥିଲେ ବୋଲି ଅଭିଯୋଗ ହୋଇଛି।

ପୀଡ଼ିତାଙ୍କ ବୟସ ୪୫ବର୍ଷ ହୋଇଥିବା ବେଳେ ସେ ମୁମ୍ବାଇର ବାସିନ୍ଦା ବୋଲି ଜଣାପଡ଼ିଛି। ମହିଳା ଦାବି କରିଛନ୍ତି ଯେ ପ୍ରାରମ୍ଭିକ ଅବସ୍ଥାରେ ସ୍ୱରନ୍‌ ତାଙ୍କୁ ଜଣେ ପେଇଂଗେଷ୍ଟ ଭାବରେ ରଖିଥିଲେ ଓ ପରେ ଏକ ଫ୍ଲାଟ ଦେଇଥିଲେ। ଯେଉଁ ଫ୍ଲାଟରେ ମହିଳା ଜଣ ବସବାସ କରୁଥିଲେ। ଏହି ଭଳି ଭାବେ ୩୨ବର୍ଷ ଧରି ଯୌନ ଶୋଷଣର ଶିକାର ହୋଇଥିଲେ ମହିଳା।

ଅନ୍ୟପକ୍ଷରେ ସ୍ୱରନ୍‌ ହେଉଛନ୍ତି ଜଣେ ମୁମ୍ବାଇରେ ଅବସ୍ଥାପିତ ବ୍ୟବସାୟୀ। ସେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ତାଙ୍କର ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବା ଲାଗି ଏହା ସୁପରିକଳ୍ପିତ ଷଡଯନ୍ତ୍ର ବୋଲି ସ୍ୱରନ୍‌ ସାଲାରିଆ କହିଛନ୍ତି।

ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ପଞ୍ଜାବ ପ୍ରଦେଶ କଂଗ୍ରେସ ପକ୍ଷରୁ ନିର୍ବାଚନ କମିସନ୍‌ ପାଖରେ ସ୍ୱରନ୍‌ଙ୍କ ପ୍ରାର୍ଥୀତ୍ୱ ବାତିଲ କରିବା ଲାଗି ଆବେଦନ କରାଯାଇଛି। ପଞ୍ଜାବ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନପ୍ରୀତ ସିଂ ବାଦଲ ବିଜେପିଙ୍କୁ ସମାଲୋଚନା କରି କହିଛନ୍ତି ଯେ ସ୍ୱରନ୍‌ଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ସେ ଏହାକୁ ପ୍ରାର୍ଥପତ୍ର ଦାଖଲ ସମୟରେ ଦର୍ଶାଇ ନାହାନ୍ତି। ତେଣୁ ତାଙ୍କ ପ୍ରାର୍ଥୀତ୍ୱ ରଦ୍ଦ କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe