ସ୍ବାମୀଙ୍କ ଦ୍ବାରା ଘରୋଇ ହିଂସାର ଶିକାର ହେଲେ ମହିଳା ହକି ଟିମ୍‌ର ପୂର୍ବତନ ଅଧିନାୟିକା

Advertisment
ସ୍ବାମୀଙ୍କ ଦ୍ବାରା ଘରୋଇ ହିଂସାର ଶିକାର ହେଲେ ମହିଳା ହକି ଟିମ୍‌ର  ପୂର୍ବତନ ଅଧିନାୟିକା

Photo Credit: IANS

ଅମ୍ରିତସର: ପଞ୍ଜାବର କପୁରତାଲାରେ ଏକ ଘରୋଇ ହିଂସା ଘଟିଥିବା ଦେଖିବାକୁ ମିଳିଛି। ଅର୍ଜୁନ ପୁରସ୍କାର ବିଜୟିନୀ ଭାରତୀୟ ମହିଳା ହକି ଟିମ୍‌ର ଅଧିନାୟିକାଙ୍କୁ ତାଙ୍କ ସ୍ବାମୀ ମାରଧର କରିଥିବା ଅଭିଯୋଗ ହୋଇଛି। ମହିଳା ହକି ଖେଳାଳି ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ଗତ ନଭେମ୍ବର ମାସରେ ତାଙ୍କ ସ୍ବାମୀ ତାଙ୍କୁ ଦୁଇ ଦୁଇ ଥର ଯୌତୁକ ମାଗିବା ସହ ଉଭୟ ଶାରୀରିକ ଓ ମାନସିକ ଭା‌ବେ ନିର୍ଯାତନା ଦେଇଛନ୍ତି।

ମହିଳା ହକି ଖେଳାଳି ସୂରଜ ଲତା ଦେବୀ ୨୦୨୦ ଜାନୁଆରି ୧୦ ତାରିଖରେ ଏ ନେଇ ପୁଲିସ୍‌ରେ ଏକ ଅଭିଯୋଗ ଆଣିଥିଲେ। ସେ  ମଣିପୁରର ହେନ୍‌ଗାଙ୍ଗ୍‌ ପୁଲିସ୍‌ ଷ୍ଟେସନ୍‌ ଅଭିଯୋଗ ଆଣିବା ପରେ ପୁଲିସ୍‌ ତାଙ୍କ ସ୍ବାମୀ ଶାନ୍ତା କୁମାର ସିଂହଙ୍କ ନାମରେ ଏକ ମାମଲା ରୁଜୁ କରିଛି।

publive-image
Firstpost

ସେ ତାଙ୍କ ଅଭିଯୋଗରେ କହିଛନ୍ତି କି ତାଙ୍କ ସ୍ବାମୀ ତାଙ୍କୁ ଲଗାତାର ଭାବେ ଯୌତୁୁକ ମାଗି ଅ‌ାସୁଥିଲେ। ନଭେମ୍ବର ୮ ତାରିଖରେ ତାଙ୍କ ସ୍ବାମୀ ତାଙ୍କ ଗୋଡ଼ହାତ ବାନ୍ଧି ତାଙ୍କୁ ଅଚେତ ହେବା ପର୍ଯ୍ୟନ୍ତ ଶାରୀରିକ ନିର୍ଯାତନା ଦେଇଥିଲେ। ଲତା ଦେବୀ ଅଭିଯୋଗ ଆଣିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ଦେଇଛି।

ଉଲ୍ଳେଖଯୋଗ୍ୟ, ଲତା ଦେବୀ ମଣିପୁରର ଝିଅ। ସେ ଭାରତୀୟ ମହିଳା ହକି ଟିମ୍‌ର ପୂର୍ବତନ ଅଧିନାୟିକା। ୨୦୦୫ ମସିହା ଫେବ୍ରୁଆରି ମାସରେ ସେ ଶାନ୍ତା କୁମାର ସିଂହଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପର୍ଯ୍ୟନ୍ତ ପତି-ପତ୍ନୀଙ୍କ ଭିତରେ ସବୁ ଠିକ୍‌ଠାକ୍‌ ଥିଲେ ବି ପରବର୍ତ୍ତୀ ମୁହୂର୍ତ୍ତରେ ‌ଯୌତୁକକୁ ନେଇ ଉଭୟଙ୍କ ଭିତରେ ମନମାଳିନ୍ୟ ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe