ବିମାନରେ ଯାତ୍ରୀଙ୍କୁ ଅବହେଳା: ନିରାମିଷ ଖାଦ୍ୟ ବଦଳରେ ପରଷା ଯାଇଥିବା ଆମିଷ ଖାଦ୍ୟକୁ ଖାଇ ବୃଦ୍ଧଙ୍କ ହେଲା ମୃତ୍ୟୁ

Advertisment

ନିରାମିଷ ଖାଦ୍ୟ ଅର୍ଡର କରିଥିବା ଯାତ୍ରୀଙ୍କୁ ବିମାନ ପରିଚାରିକା ଆମିଷ ଥାଳି ଧରାଇ ଦେଇ କହିଥିଲେ, ‘ ଏଥିରୁ ଆମିଷକୁ ଛାଡ଼ି ଆପଣ ବାକି ଖାଦ୍ୟସବୁକୁ ଖାଇ ପାଇରିବେ। ’ ଉକ୍ତ ଖାଦ୍ୟ ଖାଇବା ପରେ ଯାତ୍ରୀଙ୍କ ହେଲା ମୃତ୍ୟୁ।

ନିରାମିଷ ଖାଦ୍ୟ ଅର୍ଡର କରିଥିବା ଯାତ୍ରୀଙ୍କୁ ବିମାନ ପରିଚାରିକା ଆମିଷ ଥାଳି ଧରାଇ ଦେଇ କହିଥିଲେ, ‘ ଏଥିରୁ ଆମିଷକୁ ଛାଡ଼ି ଆପଣ ବାକି ଖାଦ୍ୟସବୁକୁ ଖାଇ ପାଇରିବେ। ’ ଉକ୍ତ ଖାଦ୍ୟ ଖାଇବା ପରେ ଯାତ୍ରୀଙ୍କ ହେଲା ମୃତ୍ୟୁ।

Untitled-24

ନୂଆଦିଲ୍ଲୀ: କାତାର ଏୟାରୱେଜର ଏକ ବିମାନରେ ଯାତ୍ରୀଙ୍କ ସହିତ ଅବହେଳାକୁ ନେଇ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ, ଡକ୍ଟର ଅଶୋକ ଜୟବୀରା ୧୫.୫ ଘଣ୍ଟାର ଉଡ଼ାଣ ପାଇଁ ବିଶେଷ ଭାବରେ ନିରାମିଷ ଖାଦ୍ୟ ଅର୍ଡର କରିଥିଲେ। ବିମାନ ଯାତ୍ରା ସମୟରେ ଜଣେ ବିମାନ ପରିଚାରିକା ଜୟବୀରାଙ୍କୁ ନିରାମିଷ ଖାଦ୍ୟ ଉପଲବ୍ଧ ନଥିବା କହି ଆମିଷ ଥାଳି ଧରାଇ ଦେଇ କହିଥିଲେ ଏଥିରୁ ଆମିଷକୁ ଛାଡ଼ି ଆପଣ ବାକି ଖାଦ୍ୟସବୁକୁ ଖାଇ ପାଇରିବେ।  

ଜୟବୀରା ଉକ୍ତ ଖାଦ୍ୟକୁ ଖାଇବା ପରେ ଅଣନିଶ୍ବାସୀ ହୋଇଯାଇଥିଲେ।  କିଛି ସମୟ ପରେ ତାଙ୍କର ଚେତା ବୁଡ଼ି ଯାଇଥିଲା। ବିମାନ କର୍ମଚାରୀମାନେ ଚିକିତ୍ସା ପରାମର୍ଶଦାତାଙ୍କ ସହିତ ସମ୍ପର୍କ କରିଥିଲେ କିନ୍ତୁ ଜୟବୀରାଙ୍କ ଅବସ୍ଥା ଅଧିକ ଶୋଚନୀୟ ହୋଇପଡ଼ିଥିଲା।
ଶେଷରେ ବିମାନଟି ସ୍କଟଲ୍ୟାଣ୍ଡର ଏଡିନବର୍ଗରେ ଜରୁରୀ ଅବତରଣ କରାଯାଇଥିଲା। ସେଠାରୁ ଜୟବୀରାଙ୍କୁ ଏକ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ଦୁଃଖର ବିଷୟ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ।  

ରିପୋର୍ଟ ଅନୁସାରେ, ତାଙ୍କର ମୃତ୍ୟୁ ଆସ୍ପିରେସନ୍ ନିମୋନିଆ କାରଣରୁ ହୋଇଥିଲା। ଯାହାକି ଭୋଜନ କିମ୍ବା ତରଳ ପଦାର୍ଥ ଫୁସଫୁସରେ ଚାଲିଯିବା କାରଣରୁ ଉତ୍ପନ ହୋଇଥିବା ସଂକ୍ରମଣ ହେତୁ ହୋଇଥାଏ।  

ମୃତକଙ୍କ ପୁଅ ସୂର୍ଯ୍ୟ ଜୟବୀରା ସମ୍ପ୍ରତି କାତାର ଏୟାରୱେଜ୍ ବିରୋଧରେ ଏକ ମାମଲା ରୁଜୁ କରି କହିଛନ୍ତି, ‘ ଏୟାରଲାଇନ୍ସ ପୂର୍ବରୁ ଅର୍ଡର କରାଯାଇଥିବା ନିରାମିଷ ଖାଦ୍ୟ ଯୋଗାଇବାରେ ବିଫଳ ହେବା ସହିତ ବାପା ଜୟବୀରାଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦେବାରେ ବିଳମ୍ବ କରିଥିଲା। ଏଥିପାଇଁ ଆମେ କ୍ଷତିପୂରଣ ଦାବି କରୁଛୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe