ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ସମରଦରି ନିକଟ ବିଦେଶୀ ମଦ ଦୋକାନରୁ ଡକାୟତି ହୋଇଛି। ୪ ଜଣ ଦୁର୍ବୃତ୍ତ ୨ ଟି ବାଇକରେ ଆସି ମଦ ଦୋକାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ପିସ୍ତଲ ଦେଖାଇ ୨୦ ହଜାର ଟଙ୍କା ଓ ମୋବାଇଲ ଲୁଟି ଚମ୍ପଟ ମାରିଛନ୍ତି। ଲୁଟ ପରେ ଚାରି ଯୁବକ ଖଣ୍ଡାଧାର ପେଟ୍ରୋଲ ପମ୍ପ ଦେଇ ନରେନ୍ଦ୍ର ଆଡ଼କୁ ପଳାଇ ଥିଲେ। ସୂଚନା ପାଇ ଲହୁଣୀପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଏକ ଟିମ୍ ଗଠନ କରି ବିଭିନ୍ନ ରାସ୍ତାରେ ଯାଞ୍ଚ ଆରମ୍ଭ କରିଛି ।
ବିଦେଶୀ ମଦ ଦୋକାନରୁ ବନ୍ଧୁକ ଦେଖାଇ ଲୁଟିନେଲେ ୨୦ ହଜାର ଟଙ୍କା
Advertisment
Follow Us