ଟେନିସ ଖେଳାଳିଙ୍କ ହତ୍ୟା ଘଟଣା: ରାଧିକାଙ୍କ ଜୀବନ ନେଇଥିବା ବାନ୍ଧୁକର ବାକି ଗୁଳିକୁ ଖୋଜୁଛି ପୁଲିସ

New Project (7)

ନୂଆଦିଲ୍ଲୀ: ଗୁରୁବାର ଦିନ ଗୁରୁଗ୍ରାମର ଆନ୍ତର୍ଜାତୀୟ ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ବାପା ଗୁଳି କରି ହତ୍ୟା କରିଥିଲେ। ପୁଲିସ ଘଟଣାସ୍ଥଳରୁ ହିଁ ଦୀପକଙ୍କୁ ଗିରଫ କରି ରାଧିକାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ରାଧିକାଙ୍କ ହତ୍ୟା ମାମଲାର ତଦନ୍ତ ଚାଲୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସି ଯାଇଛି।  

ସୂଚନାଯୋଗ୍ୟ, ଏହି ଲୋମଟାଙ୍କୁରା ଘଟଣା ଘଟିବା ଦିନ, ଦୀପକ, ତାଙ୍କ ସ୍ତ୍ରୀ ମଞ୍ଜୁ ଏବଂ ରାଧିକା ଘରେ ଉପସ୍ଥିତ ଥିଲେ। ରାଧିକା ରୋଷେଇ ଘରେ ରୋଷେଇ କରୁଥିବା ବେଳେ ହଠାତ୍ ଦୀପକ ଝିଅ ଉପରକୁ ପଛରୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଗୁଳିଗୁଡ଼ିକ ରାଧିକାଙ୍କ ଛାତିରେ ବାଜି ଥିଲା।’ 

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଦୀପକ ଫୁଟାଇଥିବା  ୪ଟି ଗୁଳି ରାଧିକାଙ୍କ ଫୁସଫୁସ ଓ ହୃତପିଣ୍ଡକୁ ଗଭୀର ଭାବେ ଆଘାତ ପହଞ୍ଚାଇଥିଲା।  ଯାହାଫଳରେ ଆଭ୍ୟନ୍ତରୀଣ ଅଙ୍ଗରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। କିଛି ମିନିଟ୍ ମଧ୍ୟରେ ରାଧିକାଙ୍କ ମୃତ୍ୟୁ ହୋଇ ଯାଇଥିଲା।

ପୁଲିସ ଘଟଣାସ୍ଥଳରୁ ଦୀପକଙ୍କ ଲାଇସେନ୍ସ ପ୍ରାପ୍ତ (ଯେଉଁ ବନ୍ଧୁକାର ରାଧିକାଙ୍କୁ କରିଥିଲେ ଗୁଳି) ବନ୍ଧୁକକୁ ଜବତ କରିଛି। ଏଥିସହିତ ବନ୍ଧୁକରେ ଥିବା ବାକି ଗୁଳି କେଉଁଆଡେ ଗଲା ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe