ସମଲିଙ୍ଗୀ ହୋଇଥାଇ ପାରନ୍ତି ସୋନମ: ଜ୍ୟୋତିଷ

New Pwetroject (28)

ନୂଆଦିଲ୍ଲୀ: ଚର୍ଚ୍ଚିତ ରଘୁବଂଶୀ ହତ୍ୟା ମାମଲାରେ ରାଜା ରଘୁବଂଶୀ ଓ ସୋନମ ରଘୁବଂଶୀଙ୍କ ଜାତକକୁ ନେଇ  ଜ୍ୟୋତିଷ ଅଜୟ ଦୁବେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। 

ଜ୍ୟୋତିଷ ଅଜୟ କହିଛନ୍ତି, ‘ରାଜାଙ୍କ ପରିବାର ମୋ ପାଖରୁ ଏକ ପ୍ରଶ୍ନକୁଣ୍ଡଳୀ ତିଆରି କରିଥିଲେ। ଯେଉଁଥିରେ ପରିବାର ଅନେକ ପ୍ରଶ୍ନ ପଚାରିଥିଲେ। ମୁଁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲି। ସୋନମ ଉତ୍ତର ଦିଗରେ ସୁରକ୍ଷିତ ଓ ଜୀବିତ ଅଛି। ରାଜାଙ୍କୁ ହତ୍ୟା କରିବା ପଛରେ ତିନି/ଚାରିଜଣଙ୍କ ହାତ ଅଛି। ଏଥି‌ରେ ଜଣେ ମହିଳାଙ୍କ ବି ହାତ ଅଛି। ସିଏ ହେଉଛନ୍ତି ତୁମର ବୋହୂ ସୋନମ। 

ତେବେ ସୋନମଙ୍କ ପରିବାର ରାଜାଙ୍କ ପରିବାରକୁ ଧୋକା ଦେଇଛନ୍ତି କହିଲେ ଚଳିବ। କାରଣ ମୁଁ ଯେ‌ତେବେଳେ ଉଭୟଙ୍କ ଜାତକ ଦେଖିଥିଲି ସୋନମଙ୍କ ମାଙ୍ଗଳିକ ଦୋଷ ଥିଲା। ଯେଉଁଥିରେ ସ୍ତ୍ରୀ ହାତରେ ସ୍ବାମୀଙ୍କ ମୃତ୍ୟୁ  ଦର୍ଶାଉଥିଲା। ଏକଥାକୁ ସେ‌ାନମଙ୍କ ପରିବାର ଜାଣିଥିଲେ କିନ୍ତୁ ସେମାନେ ତାହାକୁ ଲୁଚାଇ ରଖିଥିଲେ।

ମୁଁ ଦାବିର ସହ କହିବି ହତ୍ୟାକାଣ୍ଡରେ ଆଉ ଜଣେ ମହିଳା ସାମିଲ ଅଛନ୍ତି, ଯିଏ ଖୁବ୍ ଶୀଘ୍ର ସାମ୍ନାକୁ ଆସିବେ। ସେ ମହିଳା ସୋନମଙ୍କ ବନ୍ଧୁ ହୋଇପାରନ୍ତି ଏବଂ ଉଭୟଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ଥାଇପାରେ।’ 

 ମୋ ମତରେ ବିବାହ ପୂର୍ବରୁ ଯୁବକ-ଯୁବତୀଙ୍କ କେବଳ ଗୁଣ-ଦୋଷ ମେଳ ଯଥେଷ୍ଟ ନୁହେଁ, ବରଂ ଜ୍ୟୋତିଷଙ୍କ ଦ୍ୱାରା ଯୋଗ ମଧ୍ୟ ଦେଖାଇବା ଉଚିତ। ଯାହା ଦ୍ୱାରା ଯେକୌଣସି ବିପଦର ପ୍ରତିକାର କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe