୭ ଡ୍ୟାନ୍ସ ବାର୍‌ ଉପରେ ଚଢ଼ଉ

Advertisment
୭ ଡ୍ୟାନ୍ସ ବାର୍‌ ଉପରେ ଚଢ଼ଉ

ଭୁବନେଶ୍ୱର: ଆଜି ରାତି ପ୍ରାୟ ୯ଟାରେ କଟକ ରୋଡ୍‌, କଳ୍ପନା, ମାଷ୍ଟରକ୍ୟାଣ୍ଟିନ୍‌ ଓ ରାଜମହଲ ଅଞ୍ଚଳରେ ଥିବା ୭ରୁ ଊର୍ଧ୍ୱ ଡ୍ୟାନ୍ସ ବାର ଉପରେ ଚଢ଼ଉ କରାଯାଇଥିଲା। ବାର୍‌ରେ ନୃତ୍ୟ ବେଆଇନ୍‌ ଥିବା ବେଳେ ଏହାକୁ ଉଲ୍ଲଂଘନ କରାଯାଉଥିବା ନେଇ କମିସନରେଟ୍‌ ପୁଲିସକୁ ସୂଚନା ମିଳିଥିଲା। ପୁଲିସ କମିସନର୍‌ ଓ୍ଵାବି ଖୁରାନିଆଙ୍କ ନିର୍ଦେଶ କ୍ରମେ ସ୍ପେସାଲ୍‌ ସ୍କ୍ଵାଡ୍‌ର ୬ଟି ଟିମ୍‌ ସହିତ ଲକ୍ଷ୍ମୀସାଗର ଥାନା, କ୍ୟାପିଟାଲ୍‌ ଥାନ ଓ ଖାରବେଳନଗର ଥାନା ପୁଲିସ ଏହି ଚଢ଼ଉ କରିଥିଲେ। ତେବେ ସ୍ପେସାଲ୍‌ ସ୍କ୍ଵାଡ୍‌ର ଏସିପି ସଂଜୀବ ଶତପଥୀଙ୍କ କହିବା ଅନୁଯାୟୀ କୌଣସି ବାର୍‌ରେ ଏପରି କାର୍ଯ୍ୟ ହେଉ ନଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ଆଗାମୀ ଦିନରେ ରାଜଧାନୀର ଅନ୍ୟସ୍ଥାନରେ ଥିବା ଡ୍ୟାନ୍ସ ବାର୍‌ ଉପରେ ମଧ୍ୟ ଚଢ଼ଉ କରାଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଉଲ୍ଲେଖନୀୟ ଓଡ଼ିଶା ଅବକାରୀ ଆଇନ୍‌ ଧାରା୨୫(୩) ଅନୁଯାୟୀ ବାର୍‌ରେ ଯୁବତୀ କିମ୍ବା ମହିଳାଙ୍କୁ ନେଇ ନୃତ୍ୟ କାର୍ଯ୍ୟକ୍ରମ କରାଯିବା ବେଆଇନ୍‌। ଏହି ଆଇନ୍‌କୁ କେତେକ ବାର୍‌ ମାନୁ ନଥିବା ପୁଲିସକୁ ସୂଚନା ମିଳିଥିଲା। ତେବେ ଯେଉଁ ବାର୍‌ ଏହି ନିୟମକୁ ମାନୁ ନାହାନ୍ତି ସେହି ବାର୍‌ଗୁଡ଼ିକ ଉପରେ ଏପରି ଅତର୍କିତ ଚଢ଼ଉ କରାଯିବ ବୋଲି ଶ୍ରୀ ଭୋଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe