ଗ୍ୟାଙ୍ଗଷ୍ଟାର ଟିଟୋ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ପୁଲିସ ଚଢଉ

Advertisment
ପୁଣି ତିନି ଦିନିଆ ରିମାଣ୍ଡରେ ଯିବେ ଗ୍ୟାଙ୍ଗଷ୍ଟର ଟିଟୋ

କେନ୍ଦ୍ରାପଡା: ଏନକାଉଣ୍ଟର କରି ଧରିବା ପରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ଟିଟୋର ଘର ଓ ବ୍ୟାବସାୟିକ ଅନୁଷ୍ଠାନ ଉପରେ ପୁଲିସ ପକ୍ଷରୁ ଚଢାଉ କରାଯାଇଛି । ଏଥିସହ ଟିଟୋର ସଂପର୍କୀୟମାନଙ୍କ ଘର ଉପରେ ମଧ୍ୟ ଚଢାଉ ହେଉଛି ବୋଲି ଜଣାପଡ଼ିଛି। ଏଡିଜି ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ ଗ୍ୟାଙ୍ଗଷ୍ଟାର ଟିଟୋର ଦିଲାର୍‌ପୁର ପରେ ରେଡ୍‌ କରିଛନ୍ତି । ୫୦ରୁ ଊର୍ଦ୍ଧ୍ୱ ଦାଦାବାଟି, ଅପହରଣ ଓ ହତ୍ୟା ମାମଲାରେ ସଂପୃକ୍ତ ଥିବା ଟିଟୋର ଅପରାଧ ସଂପର୍କିତ ଅଧିକ ତଥ୍ୟ ହାସଲ ଲାଗି ଏହି ଚଢାଉ କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ସୁରକ୍ଷା ଲାଗି ୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe