ସାଂଘାତିକ ଅଭିଯୋଗ ଆଣି କାର ଚାଳକ କହିଲେ, ଆରପିଏଫ କନଷ୍ଟେବଳଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି

Advertisment
ସାଂଘାତିକ ଅଭିଯୋଗ ଆଣି କାର ଚାଳକ କହିଲେ, ଆରପିଏଫ କନଷ୍ଟେବଳଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି

New Indian Express

ମୁମ୍ବାଇ: ଜଣେ ଆରପିଏଫ୍  କନଷ୍ଟେବଳଙ୍କ ନାମରେ ଜଣେ କାରଚାଳକ ସାଂଘାତିକ ଅଭିଯୋଗ ଆଣିଛନ୍ତି।  ଜଣେ କାର ଚାଳକଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ ପୁଲିସ ଆରପିଏଫ୍‌ କନେଷ୍ଟବଳଙ୍କୁ ଗିରଫ କରିଛି।

ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଅମିତ ଧନଖଡ଼ ନାମକ ଜଣେ କନଷ୍ଟେବଳ ମୁମ୍ବାଇର ରେଡ ଲାଇଟ ଅଞ୍ଚଳକୁ ଯିବାକୁ ଚାହୁଁଥିବା କାର ଚାଳକଙ୍କୁ କହିଥିଲେ। ହେଲେ କାର ଚାଳକ ପୂର୍ବରୁ ଯାତ୍ରୀଙ୍କୁ ବସାଇଥିବାରୁ ଗାଡ଼ିରେ ଜାଗା ନ ଥିବାରୁ ସେ ତାଙ୍କୁ ନେଇ ପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏଥିରେ କନେଷ୍ଟବଳ ରାଗି ଯାଇ ଲାଠି ଓ ମଦ ବୋତଲରେ ଗାଡ଼ିକୁ  ପିଟିଥିଲେ। ଏହି ଦୃଶ୍ୟ ଦେଖି ଗାଡ଼ିରେ ବସିଥିବା ଯାତ୍ରୀ ଓହ୍ଲାଇ ଚାଲି ଯାଇଥିଲେ। ଏହାପରେ ଅମିତ ଚାଳକଙ୍କୁ ଜୋରଜବରଦସ୍ତି ନିକଟସ୍ଥ ରେଳବାଇ ଅଫିସ ପରିସରକୁ ନେଇ ଯାଇଥିଲେ ଏବଂ ସେଠାରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ।

Image result for railway-cop-allegedly-rapes-cab-driver NDTV.com

OK

ଶେଷରେ ଅମିତ କାର ଚାଳକଙ୍କ ଠାରୁ ନଗଦ ୮୫୦ ଟଙ୍କା ଓ ଗାଡ଼ି ଚାବି ନେଇ ଫେରାର ହୋଇଯାଇଥିଲେ। କଳେବଳେ କୌଶଳେ ଚାଳକ ପୁଲିସ ଷ୍ଟେସନ୍‌ରେ ପହଞ୍ଚି ଉକ୍ତ କନେଷ୍ଟବଳଙ୍କ ନାମରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ୍‌ କନଷ୍ଟେବଳ ଅମିତଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜାନୁଆରି ୨୦ ପର୍ଯ୍ୟନ୍ତ ତାଙ୍କୁ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଅମିତ ଧନଖଡ଼ ସିଏସ୍‌ଏମ୍‌ଟିରେ ମୁତୟନ ଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe