ମିଷ୍ଟ୍ରି ମ୍ୟାନ ଉପରୁ ଉଠିଲା ପରଦା...ସ୍ବୀକାର କଲେ ସୋନମ

New Projewqrct (18)

ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲା ସହିତ ଜଡ଼ିତ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଦୁଇ ରାଜ୍ୟର ପୁଲିସ ରାଜା ରଘୁବଂଶୀ ହତ୍ୟା ମାମଲାର କଡ଼ାକଡ଼ି ତଦନ୍ତ କରୁଛନ୍ତି।

ଗତବୁଧବାର ସଞ୍ଜୟ ବର୍ମା ନାମକ ଏକ ନୂତନ ଚରିତ୍ର ରାଜା ରଘୁବଂଶୀ ହତ୍ୟା ମାମଲାର ତଦନ୍ତ ସମୟରେ ପ୍ରବେଶ କରିଥିଲା। ତଦନ୍ତରୁ ଜଣାପଡ଼ିଥିଲା ବିବାହ ପୂର୍ବରୁ ସୋନମ ସବୁବେଳେ ଫୋନରେ ସଞ୍ଜୟ ବର୍ମା ନାମକ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିଲେ।

ତେବେ ସ୍ବାମୀ ରାଜା ଓ ପ୍ରେମିକ ରାଜଙ୍କ ସମେତ  ପୁଣି ସୋନାମ କେଉଁ ପୁରୁଷ ସହିତ ଏତେ ଘନିଷ୍ଠ ଥିଲେ। ଯାହାଙ୍କ ସହିତ ସେ ମାସକ ଭିତରେ ୨୦୦ରୁ ଅଧିକ ଥର କଥାା ହୋଇଛନ୍ତି। ପୁଣି ପ୍ରତିକଲରେ ଅତିକମରେ ସେ ଅଧା ଘଣ୍ଟାକଥା ହୋଇଛନ୍ତି।

ତେବେ ସୋନମଙ୍କ ଜୀବନରେ ଏ ମିଷ୍ଟ୍ରି ମ୍ୟାନ ପୁଣି କିଏ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମେଘାଳୟ ପୁଲିସ ମାମଲାର ତଦନ୍ତ ସମୟରେ ସୋନମଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରିଥିଲା। ସମ୍ପ୍ରତି ଜଣାପଡ଼ିଛି ସୋନମ ରଘୁବଂଶୀ ଯାହାଙ୍କ ସହ ଫୋନରେ ଏତେ ସମୟ ଧରି କଥା ହୋଇଥିଲେ ସେ ଆଉ କେହି ନୁହଁନ୍ତି ବରଂ ତାଙ୍କ ପ୍ରେମିକ ରାଜ କୁଶୱାହା। ରାଜଙ୍କ ଛଦ୍ମନାମ ସଞ୍ଜୟ ବର୍ମା ଥିବା ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe