ଖଣ୍ଡଗିରି: ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଫେରାର୍ ହୋଇଯାଇଥିବା ଜଣେ ଯୁବକକୁ ବୁଧବାର ଯାଁଳା ଫାଣ୍ଡି ଗିରଫ କରିଛି। ସେ ହେଲେ ଜଟଣୀ ଥାନା ଯାଁଳା ଫାଣ୍ଡି ଅଧୀନସ୍ଥ କାଇମାଟିଆ ଗାଁର ରାଜା ଜୟସିଂହ (୩୦)। ଜାମିନ୍ ନାମଞ୍ଜୁର ହେବାରୁ ରାଜାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ ଗତ ଜାନୁଆରି ମାସରେ ରାଜା ସେହି ଗାଁର ଜ୍ଞାନରଂଜନ ପଟ୍ଟନାୟକ ନାମକ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଫେରାର୍ ହୋଇ ଯାଇଥିଲା। ଜ୍ଞାନଙ୍କ ବଡ଼ ଭାଇ ମନୋରଂଜନଙ୍କ ସହ ପେଟି ଠିକାଦାର କାମ କରୁଥିବା ରାଜା କୌଣସି କାରଣରୁ ତାଙ୍କଠାରୁ ଅଲଗା ହୋଇ ଯାଇଥିଲା। ଘଟଣାଦିନ ରାଜା ମନୋରଂଜନଙ୍କୁ ଗାଳି କରୁଥିବାବେଳେ ଜ୍ଞାନ ପ୍ରତିବାଦ କରିବାକୁ ରାଜା ତାଙ୍କୁ ପ୍ରବଳ ମାଡ଼ ମାରି ରକ୍ତାକ୍ତ କରି ପକାଇଥିଲା। ଏହା ପୂର୍ବରୁ ସେ ପ୍ରାୟ ୪ଟି ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି। ଗତକାଲି ସେ ଗାଁକୁ ଆସିଥିବା ଖବର ପାଇ ଯାଁଳା ଫାଣ୍ଡି ପୁଲିସ ବିଳମ୍ବିତ ରାତିରେ ରାଜାର ଘର ଉପରେ ଚଢ଼ାଉ କରିଥିଲା।
ଫେରାର୍ ରାଜା ଗିରଫ
Advertisment
Follow Us