ଆକ୍ରମଣ ପରେ ରାଜାଙ୍କ ଶରୀରରୁ ରକ୍ତ ବାହାରିବା ଦେଖି ଚିତ୍କାର କରି ପଛକୁ ହଟି ଯାଇଥିଲେ ସୋନମ

efrweter

ନୂଆଦିଲ୍ଲୀ: ଇନ୍ଦୋର ବାସିନ୍ଦା ରାଜା ରଘୁବଂଶୀ ହତ୍ୟା ମାମଲାକୁ ନେଇ ଏକ ନୂଆ ତଥ୍ୟ ମିଳିଛି। ହନିମୁନ୍ ପାଇଁ ମେଘାଳୟ ଯାଇଥିବା ରାଜାଙ୍କୁ ହତ୍ୟା କରିବା ପାଇଁ ଗୋଟିଏ ନୁହେଁ ବରଂ ଦୁଇଟି ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଥିଲା। ଏଥିମଧ୍ୟରୁ ଗୋଟିଏ ଦାକୁ ପୁଲିସ ଜବତ କରିଛି।

ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ତାଙ୍କ ଉପରେ ତିନିଜଣ ଅଭିଯୁକ୍ତ ୩ଥର ଆକ୍ରମଣ କରିଥିଲେ । ଏହାପରେ ସୋନମ ତାଙ୍କର ଫୋନ୍ ସୁଇଜଅଫ କରି ନଷ୍ଟ ଦେଇଥିଲେ। ଏଯାବତ ସୋନମଙ୍କ ଫୋନ୍ ଉଦ୍ଧାର କରାଯାଇ ପାରିନାହିଁ। ଫୋନ କେଉଁଠି ଅଛି, ସେ କିଭଳି ଭାବେ ଫୋନ ନଷ୍ଟ କଲେ ସେନେଇ ସୋନମ ପୁଲିସକୁ କିଛି ସ୍ପଷ୍ଟ ସୂଚନା ଦେଉ ନାହାନ୍ତି। ପୁଲିସ ପ୍ରଶ୍ନର ମୌନ ରହୁଛନ୍ତି।

ମେଘାଳୟ ପୁଲିସ ସୂତ୍ରରୁ ପ୍ରକାଶ, ସୋନମ ପାର୍କିଂରେ ହିଁ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ହତ୍ୟାକାରୀମାନଙ୍କୁ ସଙ୍କେତ ଦେଇଥିଲେ। ପ୍ରଥମ ଆକ୍ରମଣ ପରେ ଯେତେବେଳେ ରାଜାଙ୍କ ଶରୀରରୁ ରକ୍ତସ୍ରାବ ଆରମ୍ଭ ହୋଇଥିଲା ସୋନମ ସେଠାରୁ ଚିତ୍କାର କରି ପଛକୁ ଚାଲି ଯାଇଥିଲେ।

ଏହାପରେ ତିନି ଜଣ ହତ୍ୟାକାରୀ ମିଶି ରାଜାଙ୍କ ମୃତଦେହକୁ ଖାଲରେ ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ହତ୍ୟା ଘଟଣାର ବିଭିନ୍ନ ଦିଗକୁ କେନ୍ଦ୍ର କରି ତଦନ୍ତ ଚାଲିଛି । ସୋନମ କିନ୍ତୁ ପୁଲିସ ତଦନ୍ତରେ ଠିକ ଭାବେ ସହଯୋଗ କରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe