Advertisment

ରାଜା ରଘୁବଂଶୀ ହତ୍ୟା ମାମଲା; ୭୯୦ ପୃଷ୍ଠାର ଚାର୍ଜସିଟ୍ ଖୋଲିଲା ଗୁମର

Advertisment

ମେଘାଳୟ ପୁଲିସର ଏସଆଇଟି ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟା ସହିତ ଜଡିତ ମାମଲାର ୭୯୦ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି। ଏହି ଚାର୍ଜସିଟ୍ ହତ୍ୟାର ଗୁମର ଖୋଲିଛି।

ମେଘାଳୟ ପୁଲିସର ଏସଆଇଟି ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟା ସହିତ ଜଡିତ ମାମଲାର ୭୯୦ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି। ଏହି ଚାର୍ଜସିଟ୍ ହତ୍ୟାର ଗୁମର ଖୋଲିଛି।

New Project (10)

ନୂଆଦିଲ୍ଲୀ: ମେଘାଳୟ ପୁଲିସର ଏସଆଇଟି ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟା ସହିତ ଜଡିତ ମାମଲାର ୭୯୦ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି। 

ସୂତ୍ର ଅନୁସାରେ, କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ହତ୍ୟାର ମାଷ୍ଟରମାଇଣ୍ଡ ଅନ୍ୟ କେହି ନୁହନ୍ତି ବରଂ ରାଜାଙ୍କ ପତ୍ନୀ ସୋନମ ରଘୁବଂଶୀ ଏବଂ ତାଙ୍କ ପ୍ରେମିକ ରାଜ କୁଶୱାହା ରହିଛନ୍ତି। 

ଆକାଶ ରାଜପୁତ, ଆନନ୍ଦ କୁର୍ମି ଏବଂ ବିଶାଲ ସିଂହ ଚୌହାନ ଏହି ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିଥିଲେ। ଏହି ପାଞ୍ଚଜଣ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ପ୍ରମାଣ ନଷ୍ଟ ଏବଂ ଅପରାଧିକ ଷଡ଼ଯନ୍ତ୍ର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ପାଞ୍ଚ ଅଭିଯୁକ୍ତ ନ୍ୟାୟିକ ହେପାଜତରେ ଜେଲରେ ଅଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ,  ଆଉ ତିନି ଜଣ ସହ-ଅଭିଯୁକ୍ତଙ୍କ ବିରୋଧରେ ଯଥା ଶୀଘ୍ର ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରାଯିବ। ଏହି ସହ-ଅଭିଯୁକ୍ତଙ୍କ ମଧ୍ୟରେ ସମ୍ପତ୍ତି ବ୍ୟବସାୟୀ ସିଲୋମ ଜେମ୍ସ, କୋଠା ମାଲିକ ଲୋକେନ୍ଦ୍ର ତୋମାର ଏବଂ ସୁରକ୍ଷା କର୍ମୀ ବଲବୀର ଅହିରୱାର ଅନ୍ତର୍ଭୁକ୍ତ ରହିଛନ୍ତି। ଏହି ତିନିଜଣଙ୍କ ବିରୋଧରେ ପ୍ରମାଣ ନଷ୍ଟ ଏବଂ ଲୁଚାଇବା ଅଭିଯୋଗ ରହିଛି।

ରାଜା ରଘୁବଂଶୀ ୨୦୧୫ ମଇ୧୧ ତାରିଖରେ ସୋନମଙ୍କୁ ଧୁମଧାମରେ ବିବାହ କରିଥିଲେ। ବିବାହର ୯ମ ଦିନ ଅର୍ଥାତ୍ ୨୦୨୫ ମଇ ୨୦ ତାରିଖରେ ହନିମୁନ ପାଇଁ ମେଘାଳୟ ବୁଲିବାକୁ ଯାଇଥିଲେ। ତିନି ଦିନ ପରେ ମଇ ୨୩ରେ ଉଭୟ ହଠାତ୍ ନିଖୋଜ ହୋଇ ଯାଇଥିଲେ। ନିଖୋଜର ୯ମ ଦିନ ଅର୍ଥାତ ୨୦୨୫  ଜୁନ ୨ରେ, ମେଘାଳୟର ଘାଟିରୁ ରାଜାଙ୍କ ବିକୃତ ମୃତଦେହ ଉଦ୍ଧାର କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe