ପୁଲିସର ପ୍ରଶ୍ନ ଶୁଣି ସୋନମ କିଛି ସମୟ ମଉନ ରହି କହିଥିଲେ, ‘ମୁଣ୍ଡ ବିନ୍ଧୁଛି ମୋ‌ତେ କିଛି ପଚାରନ୍ତୁ ନାହିଁ’

ଗିରଫ ପରେ ମେଘାଳୟ ପୁଲିସ ସୋନମଙ୍କୁ ପାଟନାରୁ ବିମାନ ଯୋଗେ କୋଲକାତା ନେବାର ଯୋଜନା କରିଛି। ଏଥିପାଇଁ ଅପରାହ୍ନ ୩:୫୫ରେ ଏକ ବିମାନ ବୁକ୍ କରାଯାଇଛି।କୋଲକାତାରୁ ତାଙ୍କୁ ଗୌହାଟି ଦେଇ ସିଲଂ ନିଆଯିବାର ବ୍ୟବସ୍ଥା କରାଯାଇଛି।

ପନସନଦମସୗନଦୗ

ନୂଆଦିଲ୍ଲୀ: ଇନ୍ଦୋରରସୋନମ ରଘୁବଂଶୀଙ୍କୁ ନେଇ ସାରା ଦେଶରେ ଆଲୋଚନାର ଚାଲିଛି।। ବିବାହର ମାତ୍ର ଗୋଟିଏ ମାସ ପରେ ହନିମୁନ ବୁଲିବାକୁ ଯାଇ ସୋନମ ତାଙ୍କ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ମେଘାଳୟ ପୁଲିସ ହତ୍ୟାକାରୀ ସ୍ତ୍ରୀଙ୍କୁ ଗିରଫ କରିଛି।

ଗିରଫ ପରେ ମେଘାଳୟ ପୁଲିସ ସୋନମଙ୍କୁ ପାଟନାରୁ ବିମାନ ଯୋଗେ କୋଲକାତା ନେବାର ଯୋଜନା କରୁଛି। ଏଥିପାଇଁ ଅପରାହ୍ନ ୩:୫୫ରେ ଏକ ବିମାନ ବୁକ୍ କରାଯାଇଛି। କୋଲକାତାରୁ ତାଙ୍କୁ ଗୌହାଟି ଦେଇ ସିଲଂ ନିଆଯିବାର ବ୍ୟବସ୍ଥା କରାଯାଇଛି।

ପୁଲିସର କହିବା ଅନୁଯାୟୀ, ଯାତ୍ରା ସମୟରେ ସୋନମ ସମ୍ପୂର୍ଣ୍ଣ ଶାନ୍ତ ରହିଛନ୍ତି। ଏଯାବତ ତାଙ୍କୁ ଯାହାବି  କିଛି ପଚରାଯାଇଛି, ସେ ମଉନ ରହିଛନ୍ତି। ରାସ୍ତାରେ ସୋନମଙ୍କୁ ପୁଲିସ ଖାଇବାକୁ ଦେବା ସମୟରେ ସେ ଖାଇବେ ନାହିଁ ବୋଲି ରୋକଠୋକ ମନା କରି ଦେଇଛନ୍ତି।  କେବଳ ଗୋଟିଏ କଥା କହୁଛନ୍ତି - "ମୋର ମୁଣ୍ଡବିନ୍ଧା ହେଉଛି ଦୟାକରି ମୋତେ କିଛି ପଚାରନ୍ତୁ ନାହିଁ।’

ପୁଲିସ ଆଶା ରଖିଛି କି ସିଲଂ ପହଞ୍ଚିବା ପରେ ପଚରାଉଚରା ସମୟରେ ସୋନମ କିଛି କହି ପାରନ୍ତି। ସୋନମଙ୍କ ବୟାନକୁ ଅପେକ୍ଷା କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe