ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ; ଭାଇରାଲ ହେଉଛି ମୃତ୍ୟୁ ପୂର୍ବର ଭିଡିଓ

ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବାପରେ  ପରିବାରଲୋକଙ୍କୁ ପୁଲିସ ହସ୍ତାନ୍ତର କରି ଦେଇଥିଲା। 

h

ନୂଆଦିଲ୍ଲୀ: ରାଜସ୍ଥାନର ବାଲୋତରାରେ ଜଣେ ଯୁବକଙ୍କ ଟ୍ରେନ‌ରେ କଟି ମୃତ୍ୟୁ ହୋଇଯାଇଛି। ଯୁବକଙ୍କ ମୃତ୍ୟୁ ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ମୃତ ଯୁବକ ଜଣକ ତାଙ୍କ ସ୍ତ୍ରୀ ଓ ଶ୍ବଶୁରଘର ଲୋକଙ୍କ ବିରୋଧ‌ରେ ଅଭିଯୋଗ ଆଣିଥିବା ଶୁଣିବାକୁ ମିଳୁଛି। ତେବେ ଏହି ଭିଡିଓକୁ ମୃତକଙ୍କ ପରିବାରଲୋକ ପୁରୁଣା ବୋଲି କହୁଥିବା ବେଳେ ପୁଲିସ ଏହି ଘଟଣା ଯାଞ୍ଚ ଆରମ୍ଭ କରି ଦେଇଛି। 

ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବାପରେ  ପରିବାରଲୋକଙ୍କୁ ପୁଲିସ ହସ୍ତାନ୍ତର କରି ଦେଇଥିଲା। 

ମୃତକଙ୍କ ଭାଇ ଭୈରାରାମଙ୍କ କହିବାନୁସାରେ, ‘ମୁଁ ଓ ମୋର ଭାଇ ଗଣେଶ ମାଡ଼ପୁରା ବାଲୋତରାରୁ କବାସ ଅଭିମୁଖେ ଟ୍ରେନ ଯୋଗେ ଯାଉଥିଲୁ।  ଷ୍ଟେସନ ପହଞ୍ଚିବାକୁ ଆଉ ଅଳ୍ପବାଟ ଥିବା ବେଳେ ଭାଇ ଦ୍ବାର ପାଖରେ ଆସି ଛିଡ଼ା ହୋଇଯାଇଥିଲା। ଏହି ସମୟରେ ତାର ମୁଣ୍ଡ ବୁଲାଇ ଦେଇଥିଲା ସେ ଟ୍ରେନରୁ ଖସି ଧାରଣାରେ ପଡ଼ି ଯାଇଥିଲା। ଟ୍ରେନରେ କଟିଯିବାରୁ ଗଣେଶର ମୃତ୍ୟୁ ହୋଇଥିଲା।’

ସାମ୍ନାକୁ ଆସିଥିବା ଭିଡିଓରେ ଗଣେଶ କହୁଛି, ‘ଭାଇ ଓ ଭାଉଜ ମୋର ବାପା ଓ ମା’ଙ୍କ ଯତ୍ନ ନେବ। ମୁଁ ମୋର ସ୍ତ୍ରୀ ପାଇଁ ଜୀବନ ହାରିବାକୁ ଯାଉଛି। ସ୍ତ୍ରୀର ସ୍ବଭାବ ମୋତେ ଭଲ ଲାଗୁନାହିଁ। ସ୍ତ୍ରୀ ପାଇଁ ହିଁ ମୁଁ ଜୀବନ ହାରି ଦେଉଛି। ବାକି ମୋର ମରିବାର ଅନ୍ୟ କିଛି କାରଣ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe