ରାଜସ୍ଥାନରେ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼, ଏହି କାରଣ ପାଇଁ ମାଡ଼ ଖାଇଥିବା ଯୁବକଙ୍କ ବିରୋଧରେ ମାମଲା ରୁଜୁ କଲା ପୁଲିସ

Advertisment
ରାଜସ୍ଥାନରେ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼, ଏହି କାରଣ ପାଇଁ ମାଡ଼ ଖାଇଥିବା ଯୁବକଙ୍କ ବିରୋଧରେ ମାମଲା ରୁଜୁ କଲା ପୁଲିସ

indiatoday.in

ପାଲି : ରାଜସ୍ଥାନର ପାଲି ଜିଲ୍ଲାରେ କିଛି ଯୁବକ ଦଳ ହୋଇ ଆସିବା ସହ ଜଣେ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ହାତ ଗୋଡ଼ ବାନ୍ଧି ଦଳିତ ଯୁବକଙ୍କୁ କିଛି ଲୋକ ମାଡ଼ ମାରୁଥିବା ଦେଖା ଯାଇଛି । ତେବେ ଭିଡିଓ ଭାଇରାଲ ହେବା ପରେ ପୁଲିସ ମାଡ଼ ମାରୁଥିବା ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିବା ପରିବର୍ତ୍ତେ ମାଡ଼ ଖାଉଥିବା ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣା ପଡ଼ିଛି । ଜଣେ ଯୁବତୀଙ୍କ ସହ ଦଳିତ ଯୁବକ ଅସଦାଚରଣ କରୁଥିବାରୁ ତାକୁ ଲୋକେ ମାଡ଼ ମାରିଥିଲେ । ପୁଲିସକୁ ଏ ନେଇ ସୂଚନା ମିଳିବା ପରେ ପୁଲିସ ଦଳିତ ଯୁବକ ବିରୋଧରେ ମାମଲା ରୁଜୁ କରିଛି । ଏହା ସହ ମାଡ଼ ମାରୁଥିବା ଯୁବକମାନଙ୍କୁ ପୁଲିସ ରିମାଣ୍ଡରେ ନେଇଥିବା ଜଣା ପଡ଼ିଛି ।

ତେବେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ପରେ ସମସ୍ତେ ଭିନ୍ନ ଭିନ୍ନ ମତ ରଖିଛନ୍ତି । କିଛି ଲୋକ ଦଳିତ ଯୁବକଜଣଙ୍କ ଯୁବତୀଙ୍କ ସହ ଅସଦାଚରଣ କରିଥିବାରୁ ତାକୁ ମାଡ଼ ମରାଯାଇଥିବା ନେଇ କହିବା ସହ କିଛି ଦଳିତ ଯୁବକଜଣଙ୍କ ହିନ୍ଦୁ ମନ୍ଦିରକୁ ପ୍ରବେଶ କରୁଥିବାରୁ ତାକୁ ମାଡ଼ ମରାଯାଇଥିବା ନେଇ କହିଛନ୍ତି । ଏ ନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe