ଦଳିତ ମହିଳାଙ୍କୁ ୫ ପୁଲିସ୍‌ କର୍ମୀଙ୍କ ଗଣଦୁଷ୍କର୍ମ ଅଭିଯୋଗ,ନିଜର ଦୁଃଖ ଭରା କଥା କହିଲେ ପୀଡ଼ିତା ମହିଳା

ଚୁରୁ: ରାଜସ୍ଥାନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଦଳିତ ମହିଳାଙ୍କୁ ପୁଲିସ୍‌ ଅଧିକାରୀମାନେ ମିଶି କରି ଗଣଦୁଷ୍କର୍ମ କରିଛନ୍ତି ବୋଲି ମହିଳା ଜଣକ ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ରାଜସ୍ଥାନ ପୁଲିସ୍‌ ତାଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରିବା ସହ ତାଙ୍କ ନଖରେ ସ୍କ୍ରୁଡ୍ରାଇଭର୍‌ ପୂରାଇଥିଲେ। ଏହା ବ୍ୟତୀତ ସେ ଯଦି ଏ ସଂପର୍କରେ କେଉଁଠି କିଛି ମୁହଁ ଖୋଲନ୍ତି ତେବେ ତାଙ୍କୁ କରେଣ୍ଟ୍‌ ଦେବାର ଧମକ ମଧ୍ୟ ଦେଇଥିଲେ।

ମହିଳା ଜଣକ କହିଛନ୍ତି ଯେ ଉକ୍ତ ପୁଲିସ୍‌ ଅଧିକାରୀମାନେ ପ୍ରଥମେ ତାଙ୍କୁ ଅଶାଳୀନ କଥା କହିଥିଲେ। ତାପରେ ତାଙ୍କ ସହ ଅସଦାଚରଣ କରିଥିଲେ। ସବୁକିଛି ପରେ ତାଙ୍କୁ ପେଟ୍ରୋଲ୍‌ ଢାଳି ଜୀଅନ୍ତା ଜାଳି ଦେବେ ବୋଲି ଧମକ ବି ଦେଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ପୁଲିସ୍‌ ଜବରଦସ୍ତ କରିବା ସମୟରେ ମହିଳାଙ୍କ ଆଖିରେ ଚୋଟ ଲାଗିଥିବା ବି ଜାଣିବାକୁ ମିଳିଛି। ପାଞ୍ଚ ଜଣ ପୁଲିସ୍‌ କର୍ମୀ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe