ଦିନ ଦ୍ବିପ୍ରହରେ ରାଜସ୍ଥାନ ଡାକ୍ତର ଦମ୍ପତିଙ୍କୁ ଗୁଳିମାରି ହତ୍ୟା କଲେ ଦୁର୍ବୃତ୍ତ; ସାମାଜିକ ଗଣମାଧ୍ୟମରେ ହତ୍ୟାକାଣ୍ଡର ଭିଡିଓ ଭାଇରାଲ୍‌

Advertisment
ଦିନ ଦ୍ବିପ୍ରହରେ ରାଜସ୍ଥାନ ଡାକ୍ତର ଦମ୍ପତିଙ୍କୁ ଗୁଳିମାରି ହତ୍ୟା କଲେ ଦୁର୍ବୃତ୍ତ; ସାମାଜିକ ଗଣମାଧ୍ୟମରେ ହତ୍ୟାକାଣ୍ଡର ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦ୍ବିପ୍ରହରେ ଦୁଇଜଣ ବ୍ୟକ୍ତି ରାଜସ୍ଥାନର ଗୋଟିଏ ଡାକ୍ତର ଦମ୍ପତିଙ୍କ କାର୍‌ ଅଟକାଇ ସେମାନଙ୍କୁ ଗୁଳି ମାରି ହତ୍ୟା କରିବାର ଭୟାବହ ଦୃଶ୍ୟ ସାମାଜିକ ଗଣମାଧ୍ୟରେ ଭାଇରାଲ୍‌ ହୋଇଛି।

ଉକ୍ତ ହତ୍ୟାକାଣ୍ଡର ଭିଡିଓ ସେୟାର୍ କରି ବିଜେପି ନେତା ରାଜ୍ୟବର୍ଦ୍ଧନ ରାଠୋର ରାଜ୍ୟର ଅଶୋକ ଗେହଲଟ୍‌ ନେତୃତ୍ବାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ରାଜସ୍ଥାନରେ ଦିନ ଦ୍ବିପ୍ରହରେ ଡାକ୍ତର ଦମ୍ପତିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଦୁର୍ବଳ ସରକାର ଯୋଗୁଁ ରାଜସ୍ଥାନରେ ଏଭଳି ଅରାଜକତା ଉପୁଜିଛି। ସହର ଓ ଗାଁଗଣ୍ଡାରେ ଅବାଧରେ ଘୂରିବୁଲୁଥିବା ଅପରାଧୀମାନଙ୍କୁ ରୋକିବା ଲାଗି ସରକାର କିଛି କରି ପାରୁ ନାହାନ୍ତି।

ଗଣମାଧ୍ୟମ ସୂଚନା ଅନୁସାରେ, ଭରତପୁର ଜିଲ୍ଲାରେ ହତ୍ୟାକାଣ୍ଡ ସଙ୍ଗଠିତ ହୋଇଛି। ଏଥିରେ ସମ୍ପୃକ୍ତ ଆତତାୟୀ ଦୁଇଜଣ ହେଉଛନ୍ତି ଅନୁଜ ଓ ମହେଶ।

publive-image Image Courtesy of OPIndia

ଭରତପୁର ପୁଲିସ ମହାନିର୍ଦେଶକ ପ୍ରଶନ୍ କୁମାର ଖାମେସ୍‌ରା କହିଛନ୍ତି, ଯଥାଶୀଘ୍ର ସମ୍ଭବ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଛି। ଆତତାୟୀମାନେ ୪୬ ବର୍ଷିୟ ଡାକ୍ତର ସୁଦୀପ ଗୁପ୍ତା ଏବଂ ତାଙ୍କ ୪୪ ବର୍ଷୀୟ ପତ୍ନୀ ସୀମା ଗୁପ୍ତାଙ୍କୁ ସେଣ୍ଟ୍ରାଲ୍‌ ବସ୍‌ ଷ୍ଟାଣ୍ଡ୍‌ ପାଖ ସର୍କ୍ୟୁଲାର୍‌ ରୋଡ୍‌ରେ ଅଟକାଇବା ପରେ ଗୁଳି ମାରି ହତ୍ୟା କରିଛନ୍ତି। ‘ଆର୍‌ବିଏମ୍‌ ହସ୍ପିଟାଲ୍‌’ରେ ଉଭୟଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି।

publive-image Image Courtesy of Zee News

ପୁଲିସ ମହାନିର୍ଦେଶକ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଜଣେ ମହିଳା ଏବଂ ତାଙ୍କ ୫ ବର୍ଷିୟ ପିଲାର ହତ୍ୟାକାଣ୍ଡ ମାମଲାରେ ୨୦୧୯ ନଭେମ୍ବର ମାସରେ ଉକ୍ତ ଡାକ୍ତର, ତାଙ୍କ ପତ୍ନୀ ଓ ତାଙ୍କ ମାଆ ଜେଲ୍‌ ଯାଇଥିଲେ।

ଘରେ ନିଆଁ ଲଗାଇ ଉକ୍ତ ମହିଳା ଏବଂ ତା’ର ପିଲାକୁ ହତ୍ୟା କରାଯାଇଥିଲା। ଉକ୍ତ ମହିଳାଙ୍କ ସହ ଡାକ୍ତର ଗୁପ୍ତାଙ୍କର ଅନୈତିକ ସମ୍ପର୍କ ଥିଲା। ତେଣୁ, ସେ, ତାଙ୍କ ପତ୍ନୀ ଓ ତାଙ୍କ ମାଆ ଘରପୋଡ଼ିରେ ସମ୍ପୃକ୍ତ ଥିଲେ ବୋଲି ସନ୍ଦେହ ହୋଇଥିବା କଥା ପୁଲିସ ଅଧିକାରୀ ରାଜେନ୍ଦ୍ର ଶର୍ମା କହିଛନ୍ତି।

ଅନ୍ୟତମ ଅଭିଯୁକ୍ତ ଅନୁଜ ହେଉଛନ୍ତି ୨୦୧୯ ନଭେମ୍ବରରେ ହତ୍ୟା କରାଯାଇଥିବା ମହିଳାଙ୍କ ଭାଇ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe